ଓଡିଶା

odisha

ETV Bharat / sports

ଭାରତ ଗସ୍ତରେ ଆସିବ ଇଂଲଣ୍ଡ, ବିସିସିଆଇ ବୈଠକରେ ନିଷ୍ପତ୍ତି - ଭାରତ-ଇଂଲଣ୍ଡ ପିଙ୍କ ଟେଷ୍ଟ

ଭାରତ ଗସ୍ତରେ ଆସିବ ଇଂଲଣ୍ଡ । ଅହମ୍ମଦାବାଦ କିମ୍ବା କୋଲକାତାରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇପାରେ ପିଙ୍କ୍ ଟେଷ୍ଟ ।

BCCI Apex Council meet: England to play in India, Ahmedabad or Kolkata to host pink Test
ଭାରତ ଗସ୍ତରେ ଆସିବ ଇଂଲଣ୍ଡ, ବିସିସିଆଇ ବୈଠକରେ ନିଷ୍ପତ୍ତି

By

Published : Oct 17, 2020, 10:20 PM IST

ଦୁବାଇ: ଭାରତ ଗସ୍ତରେ ଆସିବ ଇଂଲଣ୍ଡ । ଅହମ୍ମଦାବାଦ କିମ୍ବା କୋଲକାତାରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇପାରେ ପିଙ୍କ୍ ଟେଷ୍ଟ । ତେବେ ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ସିରିଜ ଖେଳାଯିବ ବୋଲି ସ୍ଥିର ହୋଇଛି ।

ଶନିବାର ଭର୍ଚୁଆଲରେ ବସିଥିବା ବିସିସିଆଇ ସର୍ବୋଚ୍ଚ ପରିଷଦ ବୋର୍ଡ ବୈଠକରେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ବୈଠକ ଶେଷ ପରେ ଜଣେ ବିସିସିଆଇ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ସିରିଜ ଜୈବ ସୁରକ୍ଷା ବଳୟରେ ଖେଳାଯିବ । ଏଥିପାଇଁ 3ରୁ 4ଟି ଭେନ୍ୟୁ ଚିନ୍ତା କରାଯାଇଛି । ତେବେ ସିରିଜର ଗୋଟିଏ ଟେଷ୍ଟ ଦିବାରାତ୍ର ଆୟୋଜନ କରିବାକୁ ଯୋଜନା ରହିଛି । ତେବେ ସ୍ଥିତିକୁ ଦେଖି କୋଲକାତା କିମ୍ବା ଅହମ୍ମଦାବାଦରେ ପିଙ୍କ ଟେଷ୍ଟ ଆୟୋଜନ ନେଇ ଚୁଡାନ୍ତ ନିଷ୍ପତ୍ତି ହେବ । ଏହି ସିରିଜ ପରେ ଦେଶରେ ଘରୋଇ କ୍ରିକେଟ ଆରମ୍ଭ ନେଇ ମଧ୍ୟ ଯୋଜନା ରହିଛି ।

ଅନ୍ୟପଟେ ଆଇପିଏଲ ଶେଷ ପରେ ଟିମ ଇଣ୍ଡିଆର ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଟୁର୍ ରହିଛି । ସେଥିପାଇଁ ଭାରତୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ 14 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।

କୋରୋନା ଭାଇରସ କାରଣରୁ ଦେଶରେ ଘରୋଇ କ୍ରିକେଟ ସୂଚୀ ପ୍ରଭାବିତ ହୋଇଛି । ଜୈବ ସୁରକ୍ଷା ବଳୟ ପରିବେଶରେ ରଣଜୀ ଟ୍ରଫି ଆୟୋଜନ କଷ୍ଟକର । ମାତ୍ର ମୁସ୍ତାକ ଅଲ୍ଲୀ ଟି-20 ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭାବନା ରହିଥିବା ବିସିସିଆଇ ବୈଠକରେ ଚର୍ଚ୍ଚା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details