ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ (ବିସିସିଆଇ) ଶୁକ୍ରବାର ଏହାର ଗୁରୁତ୍ବପୂର୍ଣ୍ଣ ଆପେକ୍ସ କାଉନସିଲ୍ ବୈଠକ କରିଥିଲା ଏବଂ ଆଶା ଅନୁଯାୟୀ ଘରୋଇ କ୍ରିକେଟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଥିଲା । କାରଣ କୋରୋନାଭାଇରସ୍ ମହାମାରୀ ଏବଂ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଦେଶରେ ଘରୋଇ ଖେଳାଳିଙ୍କ ଭାଗ୍ୟକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ।
ଏନେଇ ଖବର ସରବରାହ ସଂସ୍ଥାକୁ ଜଣେ ଅଧିକାରୀ କହିଛନ୍ତି ଯେ ଆପେକ୍ସ କାଉନସିଲର ସଦସ୍ୟମାନେ ଏହି ଭାବନା ସହ ଏକଜୁଟ ହୋଇଥିଲେ ଯେ ଘରୋଇ କ୍ରିକେଟକୁ ତୁରନ୍ତ ଦେଖିବା ଆବଶ୍ୟକ ଏବଂ ନିଜ ନିଜ ଅଞ୍ଚଳରେ ଖେଳ ଖେଳୁଥିବା ପ୍ରତ୍ୟେକ ଦଳର ପୁରୁଣା ଶୈଳୀକୁ ଫେରିବା ପାଇଁ ଏକ ଯୋଜନା ଉପରେ ଆଲୋଚନା କରାଯାଇଥିଲା।
‘‘ଘରୋଇ କ୍ରିକେଟର ଭାଗ୍ୟ ଏବଂ ମହାମାରୀ କାରଣରୁ ଲାଗୁ ହୋଇଥିବା ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀ ଓ ଯାତ୍ରା କଟକଣା ସହ ଆମେ କିପରି ଆଗକୁ ବଢ଼ିପାରିବା ସେ ବିଷୟରେ ଏକ ସୁସ୍ଥ ଆଲୋଚନା କରିଥିଲୁ। ଯଦିଓ ଏହା ଏକ ନୂତନ ପର୍ଯ୍ୟାୟରେ ଅଛି, ତଥାପି ଆମେ ଏହା ଆଲୋଚନା ହୋଇଛି ଯେ ରଣଜୀ ଟ୍ରଫି ପାଇଁ ସାରା ଦେଶ ଭ୍ରମଣ କରିବା ପରିବର୍ତ୍ତେ ଟିମ ଗୁଡ଼ିକ ନିଜ ନିଜ ଜୋନରେ ଖେଳିଲେ ବର୍ତ୍ତମାନ ପରିସ୍ଥିତି ପାଇଁ ବେଶ୍ ସହାୟକ ହେବ ।’’