ଓଡିଶା

odisha

ଆଇପିଏଲ ଲଢେଇ ଭିତରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ

By

Published : Oct 11, 2020, 8:25 PM IST

ହରମାନପ୍ରୀତ କୌର, ମିତାଲି ରାଜ ଏବଂ ସ୍ମୃତି ମଦ୍ଧାନା 3 ଦଳର ଅଧିନାୟିକା ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 4 ରୁ ନଭେମ୍ବର 9 ପର୍ଯ୍ୟନ୍ତ ଖେଳାଯିବ ।

ଆଇପିଏଲ ଲଢେଇ ଭିତରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ
ଆଇପିଏଲ ଲଢେଇ ଭିତରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ

ହାଇଦ୍ରାବାଦ:ଆଗାମୀ ମହିଳା ଟି -20 ଚ୍ୟାଲେଞ୍ଜ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) 3ଟି ଦଳର ସ୍କ୍ବାଡ ଘୋଷଣା କରିଛି । ହରମନପ୍ରୀତ କୌର, ମିତାଲି ରାଜ ଏବଂ ସ୍ମୃତି ମଦ୍ଧାନା 3 ଦଳର ଅଧିନାୟିକା ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 4 ରୁ ନଭେମ୍ବର 9 ପର୍ଯ୍ୟନ୍ତ ଖେଳାଯିବ ।

ସୁପରନୋଭାସ୍ ଦଳର ଅଧିନାୟିକା ହରମାନପ୍ରୀତ କୌର ରହିଥିବା ବେଳେ ଟ୍ରେଲବ୍ଲେଜର ଅଧିନାୟିକା ସ୍ମୃତି ମଦ୍ଧାନା ଏବଂ ଭେଲୋସିଟିର ମିତାଲି ରାଜ ରହିଛନ୍ତି । ଏହି ଟୁର୍ଣ୍ମାମେଣ୍ଟରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡର ତାରକା ମହିଳା କ୍ରିକେଟରମାନେ ଅଂଶଗ୍ରହଣ କରିବେ । ତେବେ ଓଡିଶାର ଅଣ୍ଡର-19 କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ମହିଳା ଟି -20 ବିଶ୍ୱକପ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଥାଇଲାଣ୍ଡର ନାଥକାନ୍ ଚାନ୍ଥମ୍ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥାଇଲାଣ୍ଡ କ୍ରିକେଟର ଭାବେ ପ୍ରବେଶ କରିବେ ।

ଆଇପିଏଲ ଲଢେଇ ଭିତରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ

ଗତ ବର୍ଷର ଫାଇନାଲିଷ୍ଟ ଦଳ ସୁପରନୋଭାସ୍ ଏବଂ ଭେଲୋଟିସି ଚଳିତ ବର୍ଷର ଉଦଘାଟନୀ ମ୍ୟାଚ୍ ଖେଳିବେ । ଯାହା 4 ନଭେମ୍ବରରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ 5 ନଭେମ୍ବରରେ ଭେଲୋସିଟି ଏବଂ ଟ୍ରେଲବ୍ଲେଜର ମଧ୍ୟରେ ଅନୁଷ୍ଠିତ ହେବ । ତୃତୀୟ ମ୍ୟାଚ୍ ନଭେମ୍ବର 7 ରେ ଟ୍ରେଲବ୍ଲେଜର ଏବଂ ସୁପରନୋଭାସ୍ ମଧ୍ୟରେ ହେବ ଏବଂ ଏହାର ଅନ୍ତିମ ମ୍ୟାଚ୍ ନଭେମ୍ବର 9 ରେ ଖେଳାଯିବ ।

ଆଇପିଏଲ ଲଢେଇ ଭିତରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ

3ଟି ଦଳର ସ୍କ୍ବାର୍ଡ

ସୁପରନୋଭାସ୍ - ହରମାନପ୍ରୀତ କୌର (ଅଧିନାୟକ), ଜେମିମା ରୋଡ୍ରିଗୁସ୍ (ଉପ-ଅଧିନାୟକ), ଚାମାରି ଅଟାପାଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ (ୱିକେଟ୍ କିପର), ସାସିକାଲା ସିରିୱାର୍ଡାଇନ୍, ପୁଣମ୍ ଯାଦବ, ଶାକିରା ସେଲମାନ, ଅରୁନ୍ଧତୀ ରେଡ୍ଡୀ ଆୟାବୋଙ୍ଗା ବ୍ଲୁ ପ୍ରିଣ୍ଟ, ହସ ମଲିକ୍ ।

ଟ୍ରେଲବ୍ଲେଜର - ସ୍ମୃତି ମଣ୍ଡନା (ଅଧିନାୟକ), ଦୀପ୍ତି ଶର୍ମା (ଉପ-ଅଧିନାୟକ), ପୁଣାମ ରାଉତ, ରିଚା ଘୋଷ, ଡି ହେମଲାଟା, ନୁଜାଟ ପରଭେନ (ୱିକେଟ୍ କିପର), ରାଜେଶ୍ୱରୀ ଗାଇକୱାଡ, ହାର୍ଲେନ ଦେଓଲ, ଜୁଲାନ ଗୋସ୍ୱାମୀ, ସିମରନ ଦିଲ ବାହାଡୁର, ସୋଲମା ଖାଟନ, ସୋଫମା ଖାଟନ , ଦିନ୍ଦ୍ରା ଡୋଟିନ୍, କାଶୱେ ଗୌତମ ।

ଭେଲୋସିଟି - ମିତାଲି ରାଜ (ଅଧିନାୟକ), ବେଦ କୃଷ୍ଣମୂର୍ତ୍ତି (ଉପ-ଅଧିନାୟକ), ଶେଫଳି ବର୍ମା, ସୁଷମା ଭର୍ମା (ୱିକେଟ୍ ରକ୍ଷକ), ଏକତା ବିଷ୍ଟ, ମାନସୀ ଯୋଶୀ, ଶିଖା ପାଣ୍ଡେ, ଦେବିକା ବୈଦ, ସୁଶ୍ରୀ ଦିବ୍ୟାଦର୍ଶିନୀ, ମନାଲି ଡାକସିନି, ଲେହ କାସପେରେକ, ଡାନିଏଲ ୱାଏଟେକ୍ ଜାହାନାରା ଆଲାମ ।

ABOUT THE AUTHOR

...view details