ସିଡନୀ: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଫେବ୍ରୁଆରୀ 6ରେ ଖେଳାଯିବ ବିଗ ବାସ ଲିଗ (ବିବିଏଲ) ଫାଇନାଲ । ସିଡନୀ ସିକ୍ସର୍ସ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପର୍ଥ ସ୍କର୍ଚର୍ସଙ୍କୁ ହରାଇ ବିବିଏଲ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଫାଇନାଲରେ ପ୍ରବେଶ କରିବାକୁ ସ୍କର୍ଚର୍ସକୁ ଆଉ ଏକ ସୁଯୋଗ ମିଳିବ ।
4 ଫେବୃଆରୀରେ ସିଡନୀ ଥଣ୍ଡର ଓ ବ୍ରିସବେନ ହିଟ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ବିଜେତା ଟିମ ସହ ଖେଳିବ ପର୍ଥ ସ୍କର୍ଚର୍ସ ।