ଓଡିଶା

odisha

ETV Bharat / sports

ଆଇପିଏଲ ସମର: ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବ ହାଇଦ୍ରାବାଦ !

ମ୍ୟାଚରେ ଅପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏ ଯାଏଁ ବିଜୟ ସ୍ବାଦ ଚାଖି ନଥିବା ସନ ରାଇଜର୍ସ ହାଇଦ୍ରବାଦ ମଧ୍ୟରେ ଲଢେଇ । ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦୁଇଟି ମ୍ୟାଚରୁ ଦୁଇଟିରେ ପରାଜୟ ପାଇ ପଏଣ୍ଟ ତାଲିକାର ଶେଷରେ ରହିଛି ୱାର୍ଣ୍ଣରଙ୍କ ହାଇଦ୍ରାବାଦ ।

ଆଇପିଏଲ ସମର: ଦବଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବ ହାଇଦ୍ରାବାଦ !
ଆଇପିଏଲ ସମର: ଦବଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବ ହାଇଦ୍ରାବାଦ !

By

Published : Sep 29, 2020, 5:58 PM IST

Updated : Sep 29, 2020, 7:06 PM IST

ହାଇଦ୍ରାବାଦ:ସୁପର ଓଭର ସୁପର ରୋମାଞ୍ଚକ ଲଢେଇରେ ମୁମ୍ବାଇ ପଲଟନକୁ ମାତ ଦେଇଛି ବିରାଟ ବ୍ରିଗେଡ । ତେବେ ସୁପର ଓଭରର ଏହି ସୁପର ସୋ ପରେ ଆଜି ଲିଗର 11ତମ ମ୍ୟାଚ । ମ୍ୟାଚରେ ଅପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏ ଯାଏଁ ବିଜୟ ସ୍ବାଦ ଚାଖି ନଥିବା ସନ ରାଇଜର୍ସ ହାଇଦ୍ରବାଦ ମଧ୍ୟରେ ଲଢେଇ । ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦୁଇଟି ମ୍ୟାଚରୁ ଦୁଇଟିରେ ପରାଜୟ ପାଇ ପଏଣ୍ଟ ତାଲିକାର ଶେଷରେ ରହିଛି ୱାର୍ଣ୍ଣରଙ୍କ ହାଇଦ୍ରାବାଦ ।

ଆଇପିଏଲ ସମର: ଦବଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବ ହାଇଦ୍ରାବାଦ !

ତେବେ ଯଦି ଦୁଇ ଦଳର ହେଡ ଟୁ ହେଡ ରେକର୍ଡ ଉପରେ ନଜର ପକାଇବା, ଦୁଇ ଦଳ ମଧୟରେ ଖେଳାଯାଇଛି ମୋଟ 15ଟି ମ୍ୟାଚ । ଦିଲ୍ଲୀ ହାତରେ 06ଟି ମ୍ୟାଚ ଲାଗିଥିବା ବେଳେ ହାଇଦ୍ରବାଦ ଜିତିଛି 09ଟି ମ୍ୟାଚ । ତେବେ ହାଇଦ୍ରାବାଦର ରେକର୍ଡ ଓ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନକୁ ଦେଖିଲେ । ଆଜି ମ୍ୟାଚରେ ଏକ ଶାନଦାର ଲଢେଇର ଆଶା କରାଯାଉଛି ।

ଆଇପିଏଲ ସମର: ଦବଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବ ହାଇଦ୍ରାବାଦ !

ଆବୁଧାବିରେ ଦିଲ୍ଲୀ-ହାଇଦ୍ରାବାଦ ଲଢେଇ । ତେବେ ନିଜର ଦୁଇଟି ଯାକ ମ୍ୟାଚରୁ ଦୁଇଟିରେ ବିଜୟ ହାସଲ କରିଛି ଯୁବ ଦିଲ୍ଲୀ । ସେପଟେ ନିଜ ଦୁଇ ମ୍ୟାଚ ହାରି ଦୁର୍ବଳ ପ୍ରଦର୍ଶନର ନଜିର ଦେଇଛି ହାଇଦ୍ରାବାଦ । ମାତ୍ର ପୂର୍ବରୁ ଏହି ଗ୍ରାଉଣ୍ଡରେ ଦୁଇଟି ଯାକ ମ୍ୟାଚ ଖେଳିସାରିଛି ହାଇଦ୍ରାବାଦ । ଫଳରେ ଆଜି ମ୍ୟାଚରେ ପିଚ୍‌ ଫେବରାଇଟ ରହିବ ହାଇଦ୍ରାବାଦ । ସେପଟେ ଅପରାଜିତ ଦିଲ୍ଲୀ ମଧ୍ୟ ନିଜ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ।

ଆଇପିଏଲ ସମର: ଦବଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବ ହାଇଦ୍ରାବାଦ !

ଦେଖିବାକୁ ବାକି ରହିଲା, ହାଇଦ୍ରାବାଦର ପରାଜୟରେ ଲାଗିବ ବ୍ରେକ, ନା ପୁଣିଥରେ ଚମକିବେ ଦିଲ୍ଲୀ କ୍ୟାପିଟାଲ୍ସରର ଯୁବ ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2020, 7:06 PM IST

ABOUT THE AUTHOR

...view details