କରାଚି: ଘରୋଇ ଗ୍ରାଉଣ୍ଡରେ ଦ.ଆଫ୍ରିକା ବିପକ୍ଷରେ ଟି-20 ସିରିଜ ହାତେଇଛି ପାକିସ୍ତାନ ଦଳ । ଏହି ବିଜୟ ପରେ ପାକିସ୍ତାନ ମୁଖ୍ୟକୋଚ ମିସବାହ ଉଲ ହକ ପ୍ରେସମିଟ୍ରେ ନିଜର ପ୍ରତିକ୍ରିୟା ରହିଛନ୍ତି ।
ସେ କହିଛନ୍ତି ଯେ, ଏହି ସିରିଜରେ 2 ଟିମର ବ୍ୟାଟ୍ସମ୍ୟାନଙ୍କୁ ସଂଘର୍ଷ କରିବାକୁ ପଡିଛି । କାରଣ ସ୍ପିନର ଭଲ ବୋଲିଂ କରିଛନ୍ତି । ସ୍ପିନର ବିପକ୍ଷରେ ଆମର ବ୍ୟାଟ୍ସମ୍ୟାନଙ୍କୁ ଆହୁରି ଧ୍ୟାନ ଦେବାକୁ ପଡିବ ।
ଆହୁରି ମଧ୍ୟ ସେ କହିଛନ୍ତି, ସତ କଥା ହେଉଛି ଆମେ ସ୍ପିନକୁ ଭଲ ଭାବରେ ଖେଳି ନାହୁଁ । ଭାରତରେ ହେବାକୁ ଥିବା ଟି-20 ବିଶ୍ବକପ୍ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ସ୍ପିନର ସାମ୍ନା କରିବାକୁ ପଡିବ । ଯେପରି ଆମେ ସ୍ପିନ ଖେଳୁଛୁ ସେଥିରେ ସୁଧାରର ଆବଶ୍ୟକତା ରହିଛି ।
ଟି-20 ବିଶ୍ବକପରେ ସୋଏବ ମଲିକ ଓ ମହମ୍ମଦ ହଫିଜଙ୍କ ପତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ମିସବାହ । ସେ କହିଛନ୍ତି ଯେ, ଯେତେବେଳେ କିଛି ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହେବ ସେତେବେଳେ ସୁଧାର ଆସିବ ଓ ତାହା ଉପରେ କାମ କରିବାକୁ ପଡିବ ।