ଓଡିଶା

odisha

ETV Bharat / sports

ହୁଡ୍ଡାଙ୍କ ମହଙ୍ଗା ଝଗଡା, ଘରୋଇ ସିଜିନରୁ ନିଲମ୍ବିତ - ଦୀପକ ହୁଡ୍ଡା ଘରୋଇ ସିଜିନରୁ ନିଲମ୍ବିତ

ବରୋଦା କ୍ରିକେଟ ଆସୋସିଏସନ(BCA) ସଂପୂର୍ଣ୍ଣ 2020-21 ଘରୋଇ ସିଜିନରୁ ହୁଡ୍ଡାଙ୍କୁ ନିଲମ୍ବିତ କରିଛି । ଅଧିକ ପଢନ୍ତୁ...

Baroda suspends Deepak Hooda for 2020-21 domestic cricket season
ମହଙ୍ଗା ଝଗଡା, ଦୀପକ ହୁଡ୍ଡା ଘରୋଇ ସିଜିନରୁ ନିଲମ୍ବିତ

By

Published : Jan 23, 2021, 7:02 AM IST

ବରୋଦା: ବ୍ୟାଟ୍ସମ୍ୟାନ ଦୀପକ ହୁଡ୍ଡାଙ୍କୁ ବଡ ଝଟକା । ବରୋଦା କ୍ରିକେଟ ଆସୋସିଏସନ(BCA) ସଂପୂର୍ଣ୍ଣ 2020-21 ଘରୋଇ ସିଜିନରୁ ହୁଡ୍ଡାଙ୍କୁ ନିଲମ୍ବିତ କରିଛି । କ୍ୟାପଟେନ କ୍ରୁଣାଳ ପାଣ୍ଡ୍ୟାଙ୍କ ସହ ଝଗଡା ହୁଡ୍ଡାଙ୍କୁ ମହଙ୍ଗା ପଡିଛି । ରାଜ୍ୟ କ୍ରିକେଟ ବୋର୍ଡର ସର୍ବୋଚ୍ଚ ପରିଚାଳନା ପରିଷଦ ସଦସ୍ୟ ହୁଡ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେବାପରେ ବିସିଏ କଠୋର ହୋଇଛି ।

ଆଗାମୀ ସିଜିନରେ ହିଁ ବିସିଏ ହୁଡ୍ଡାଙ୍କୁ ନେଇ ବିଚାର କରିବ। ଆପେକ୍ସ କାଉନସିଲ ଦୀପକ ହୁଡ୍ଡାଙ୍କ ସହ ଆଲୋଚନା କରିବା ପରେ, କୋଚ ଓ ମ୍ୟାନେଜରଙ୍କ ରିପୋର୍ଟ ଆଧାରରେ ବୋର୍ଡ ବିଚାର କରିଥିଲା । ପରେ ହୁଡ୍ଡା ଚଳିତ ଘରୋଇ ସିଜିନରେ ବରୋଦା ପକ୍ଷରୁ ଖେଳିବେ ନାହିଁ ବୋଲି ଆପେକ୍ସ କାଉନସିଲ ନିଷ୍ପତ୍ତି ନେଇଛି । ଏକ ବିବୃତିରେ ବିସିଏ ପକ୍ଷରୁ ଏହା କୁହାଯାଇଛି ।

ବରୋଦା ଟିମର ଭାଇସ-କ୍ୟାପଟେନ ଭାବେ ହୁଡ୍ଡାଙ୍କୁ ଚୟନ କରାଯାଇଥିଲା । ମାତ୍ର ଜାନୁଆରୀ 9ରେ ପାଣ୍ଡ୍ୟାଙ୍କ ସହ ଝଗଡା ପରେ ସୟଦ ମୁସ୍ତାକ ଅଲୀରୁ ଓହରିଥିଲେ ହୁଡ୍ଡା । ପରେ ସେ ଟିମ ହୋଟେଲ ଓ ଜୈବ ସୁରକ୍ଷା ବଳୟ ଛାଡିଥିଲେ । ଅଭ୍ୟାସ ସେସନରେ ପାଣ୍ଡ୍ୟା ତାଙ୍କ ପ୍ରତି ଆଶାଳୀନ ବ୍ୟବହାର କରିଥିବା ବିସିଏ ଟିମ ମ୍ୟାନେଜମେଣ୍ଟକୁ ଇମେଲ ଯୋଗେ ଅଭିଯୋଗ ମଧ୍ୟ କରିଥିଲେ । 2021 ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ହୁଡ୍ଡାଙ୍କୁ ରିଟେନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details