ଓଡିଶା

odisha

ETV Bharat / sports

ବର୍ଷ ଓ ଦଶନ୍ଧି ଶେଷ ବିଜୟର ମୂଖସାକ୍ଷୀ ବାରବାଟୀ - Barabati withness

ଡିସାଇଡର ମ୍ୟାଚରେ ବିପକ୍ଷ ଇଣ୍ଡିଜକୁ 4 ୱିକେଟରେ ମାତ ଦେଇଛି ବିରାଟ ବାହିନୀ । ଘରୋଇ ଦିନିକିଆ ସିରିକୁ 2-1ରେ ଜିତି ନେଇଛି ଟିମ ଇଣ୍ଡିଆ । ବର୍ଷର ତଥା ଦଶନ୍ଧିର ଶେଷ ବିଜୟର ମୁଖସାକ୍ଷୀ ବନିଥିଲା ଐତିହାସିକ ବାରବାଟୀ ।

Barabati withness the last win of team india of this year and decade
ବର୍ଷ ଓ ଦଶନ୍ଧି ଶେଷ ବିଜୟର ମୂଖସାକ୍ଷୀ ବାରବାଟୀ

By

Published : Dec 23, 2019, 4:49 PM IST

କଟକ: ଶେଷ ହୋଇଛି ବହୁ ପ୍ରତିକ୍ଷିତ ବାରବାଟୀ ବ୍ୟାଟେଲ । ବାଜି ମାରିଛି ବିରାଟ ସେନା । ଡିସାଇଡର ମ୍ୟାଚରେ ବିପକ୍ଷ ଇଣ୍ଡିଜକୁ 4 ୱିକେଟରେ ମାତ ଦେଇଛି ବିରାଟ ବାହିନୀ । ଘରୋଇ ଦିନିକିଆ ସିରିକୁ 2-1ରେ ଜିତି ନେଇଛି ଟିମ ଇଣ୍ଡିଆ । ଗେମ ଚେଞ୍ଜର ସାଜିଥିବା କ୍ୟାପ୍ଟେନ କୋହଲିଙ୍କୁ ମିଳିଛି ମ୍ୟାନ ଅଫ ଦ ମ୍ୟାଚ । ରୋହିତଙ୍କୁ ମ୍ୟାନ ଅଫ ଦ ସିରିଜ । ସେହିପରି ଶେଷରେ ଟିମ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାର ଜାଡେଜା ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମିଳିଛି ଭରପୁର ପ୍ରଶଂସା ।

ବିଜୟର ମୂଖସାକ୍ଷୀ ବାରବାଟୀ

ବାରବାଟୀରେ ଟସ ନେଇଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ପ୍ରଥମ ଥର ସିରିଜରେ ଟସ ଜିତି ବିଜୟର ମୁଳଦୁଆ ପକାଇଥିଲେ କ୍ୟାପ୍ଟେନ । ଟସ ଜିତି ବୋଲିଂ ନିଷ୍ପତ୍ତି ପରେ ଯୁବ ବୋଲର କରିଥିଲେ ଗୋଟିଏ ପରେ ଗୋଟିଏ ଶିକାର । ତେବେ ଶେଷ ଆଡକୁ ଇଣ୍ଡିଜ ଅଧିନାୟକ ପୋଲାର୍ଡ ଓ ନିକୋଲାସ ପୁରନଙ୍କ ଲଢୁଆ ପାଳି ଭାରତକୁ ବ୍ୟାକ ଫୁଟକୁ ଠେଲି ଦେଇଥିଲା । 315 ରନରେ ବିପକ୍ଷ ଟିମକୁ ରୋକିଥିଲେ ଭାରତୀୟ ବୋଲର । ବିଶାଳ ଲକ୍ଷ୍ୟର ମୂଳଦୂଆ ପକାଇଥିଲା ରୋହିତ-ରାହୁଲଙ୍କ ଶତକୀୟ ଭାଗିଦାରୀ ।

କୋହଲି-ଜାଡେଜାଙ୍କ ଲଢୁଆ ପାଳି ଭାରତକୁ ବିଜୟ ଦ୍ବାରରେ ଠିଆ କରିଥିଲା । କୋହଲି ଆଉଟ ହେବା ପରେ କ୍ରିଜକୁ ଆସିଥିଲେ ଠାକୁର । ଜାଡେଜାଙ୍କ ସହ 6 ବଲରେ 17ରନ ଦମଦାର ପାଳି ଖେଳି ଭାରତକୁ ଦେଇଥିଲେ ବିଜୟ । ବାରବାଟୀରେ ହୋଇଥିଲା ଆତସବାଜୀ । ବର୍ଷର ତଥା ଦଶନ୍ଧିର ଶେଷ ବିଜୟର ମୁକସାକ୍ଷୀ ବନିଥିଲା ଐତିହାସିକ ବାରବାଟୀ ।

ଏବେ ଅପେକ୍ଷା ଆଗାମୀ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ । ନୂଆ ବର୍ଷରେ ପୁଣି କଣ କମାଲ ଦେଖାଉଛି ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details