କଟକ: ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ବାରବାଟୀ ଷ୍ଟାଡିୟମର ଫ୍ଳଡ ଲାଇଟ କାମ । ବାତ୍ୟା ଫୋନିରେ ଷ୍ଟାଡିୟମ ଓ ବିଶେଷ କରି ଫ୍ଲଡ ଲାଇଟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ସେଥିପାଇଁ ମ୍ୟାଚ ଆୟୋଜନ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା । ତେବେ ଓସିଏ ନିର୍ବାଚିନ ପରେ ନବ ନିର୍ବାଚିତ ସମ୍ପାଦକ ମ୍ୟାଚ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ଯାହା ବାସ୍ତବରେ ସତ ପ୍ରମାଣିତ ହେବାକୁ ଯାଉଛି ।
ଡିସେମ୍ବରରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ଗ୍ରୀନ ସିଗନାଲ ମିଳିଛି । ସୋମବାର ଠାରୁ ଷ୍ଟାଡିୟମ କାମ ଆରମ୍ଭ ହୋଇଛି । ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସିଛନ୍ତି ସେଭ ମସ୍କୋ କମ୍ପାନୀ । ଦୁଇ ଜଣିଆ ଟିମ ଭାଙ୍ଗି ପଡିଥିବା ଫ୍ଲଡ଼ ଲାଇଟକୁ ଅନୁଧ୍ୟାନ କରିଛନ୍ତି । ଫଳରେ ବାରବାଟୀ ନବକଳେବର ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି ।