ଓଡିଶା

odisha

By

Published : Nov 22, 2019, 11:56 PM IST

Updated : Nov 23, 2019, 6:19 PM IST

ETV Bharat / sports

ବାରବାଟୀ ଦିନିକିଆ: ମାହିଙ୍କୁ ମିସ୍‌ କରିବେ ଓଡିଶାବାସୀ

ବିଶ୍ବକପ ପରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଚାଲିଛନ୍ତି କ୍ୟାପ୍ଟେନ କୁଲ । ବାରବାଟୀ ଦିନିକିଆରେ ମଧ୍ୟ ଖେଳିବେନି ମାହି । ଏଥର ଧୋନିଙ୍କୁ ମିସ୍ କରିବେ ଓଡିଶାବାସୀ । ଅଧିକ ପଢନ୍ତୁ...

ବାରବାଟୀ ଦିନିକିଆ

କଟକ: ଆସନ୍ତା ଡିସେମ୍ବର 22ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ 3ୟ ଦିନିକିଆ ମ୍ୟାଚ । କଟକ ଐତିହାସିକ ବାରବାଟୀ ଷ୍ଟାଡିୟମରେ ହେବ ଏହି ଦମଦାର ଫାଇଟ୍‌ । ଏଥିପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଦଳରେ ବିରାଟ, ରୋହିତ, ଧୱନ ସମସ୍ତେ ଅଛନ୍ତି, ହେଲେ ନାହାଁନ୍ତି ଧୋନି । ବିଶ୍ବକପ ପରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଚାଲିଥିବା ଧୋନି ଏଥର ନିରାଶ କରିଛନ୍ତି ଓଡିଶାବାସୀଙ୍କୁ । ବାରବାଟୀ ଦିନିକିଆ ପାଇଁ ମଧ୍ୟ ସେ ନିଜକୁ ଦଳରୁ ଦୂରେଇ ରଖିଛନ୍ତି । ଫଳରେ ଧୋନିଙ୍କୁ ଦେଖଇବାର ମୌକା ହରାଇ ବସିଛନ୍ତି କଟକବାସୀ ।

ମାହିଙ୍କୁ ମିସ୍‌ କରିବେ ଓଡିଶାବାସୀ

2017 ଜାନୁୟାରୀରେ ଶେଷଥର ପାଇଁ ଧୋନି ବାରବାଟୀରେ ଖେଳିଥିଲେ । ଜାନୁୟାରୀ 19 ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଏଠି ଖେଳାଯାଇଥିଲା ଶେଷ ଦିନିକିଆ ମ୍ୟାଚ । ମ୍ୟାଚରେ 122 ବଲରୁ 134 ରନ ବିସ୍ଫୋରକ ପାଳି ଖେଳିଥିଲେ ମାହି । 15ରନରେ ମ୍ୟାଚ ଜିତିଥିଲା ଟିମ ଇଣ୍ଡିଆ ।

ଅନ୍ୟପଟେ ଧୋନିଙ୍କ ଅବସର ଖବର ଉଠୁଥିବା ବେଳେ ଆଶାରେ ଓଡିଶାବାସୀ । ଏଥର ନୁହେଁ ତ ବୋଧେ କେବେ ନୁହେଁ । କଣ ବାରବାଟୀ ଗ୍ରାଉଣ୍ଡରେ ଆଉ କେବେ ପାଦ ରଖିବେନି ମାହି ?

ବ୍ୟୁରୋ ଇନପୁଟ ସହ କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Nov 23, 2019, 6:19 PM IST

ABOUT THE AUTHOR

...view details