ଢାକା:ଡୋପ ଟେଷ୍ଟ ନିୟମ ଅବମାନନା କରି ବାଂଲାଦେଶର ଯୁବ କ୍ରିକେଟର କାଜି ଅନିକ ଦୁଇ ବର୍ଷ ପାଇଁ ବାସନ୍ଦ । 2018 ନଭେମ୍ବରରେ ହୋଇଥିବା ନ୍ୟାସନାଲ କ୍ରିକେଟ ଲିଗ ସମୟରେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ।
ବାଂଲାଦେଶ କ୍ରିକେଟ ବୋର୍ଡ ପେସର କାଜି ଅନିକଙ୍କୁ ବୋର୍ଡର ସମସ୍ତ ପ୍ରକାର ସୂଚୀରୁ ବାଦ୍ ଦେଇଛି । 19 ବର୍ଷରୁ କମ 2018-19 ବିଶ୍ବକପରେ ବାଂଲାଦେଶର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ । ସମାନ ବର୍ଷ ଖେଳାଳିଙ୍କ ପାଇଁ ବାରଣ ହୋଇଥିବା ମେଥାମ୍ପହେତାମିନ ପଜିଟିଭ ଥିବା ପରୀକ୍ଷାରୁ ଜଣା ପଡିଥିଲା । ଏହି ଘଟଣା ଏକ ନ୍ୟାସନାଲ କ୍ରିକେଟ ଲିଗ ସମୟରେ ଘଟିଥିଲା । 21ବର୍ଷ ବୟସରେ ଭୁଲକୁ ସ୍ବୀକାର କରିଥିଲେ କାଜି । ଦୁଇବର୍ଷର ବାସନ୍ଦାଦେଶ 8 ଫେବୃଆରୀ 2019ରୁ ଆରମ୍ଭ ହେବ ।