ଓଡିଶା

odisha

ETV Bharat / sports

କୋରୋନାରେ ଆକ୍ରାନ୍ତ ହେଲେ ବାଲାଂଦେଶ ଟେଷ୍ଟ ଅଧିନାୟକ - ବାଲାଂଦେଶ ଟେଷ୍ଟ ଅଧିନାୟକ

ବାଂଲାଦେଶ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ମୋମିନୁଲ ହକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

bangladesh-test-captain-mominul-haque-tests-positive-for-covid-19
କୋରୋନାରେ ଆକ୍ରାନ୍ତ ହେଲେ ବାଲାଂଦେଶ ଟେଷ୍ଟ ଅଧିନାୟକ

By

Published : Nov 10, 2020, 6:28 PM IST

ଢାକା: ବାଂଲାଦେଶର ଟେଷ୍ଟ ଅଧିନାୟକ ମୋମିନୁଲ ହକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ହୋମ ଆଇସୋଲେସନରେ ରହିଥିବା ନେଇ ସୂଚନା ମିଳିଛି ।

ଜଣେ ବରିଷ୍ଠ ଖେଳାଳି ମହମୁଦୁଲ୍ଲା ରିୟାଦଙ୍କ ସଂସ୍ପର୍ଶରେ ଆସିବା ପରେ ହକଙ୍କ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା । ଯାହା ଫଳରେ ସେ ପାକିସ୍ତାନ ସୁପର ଲିଗ୍ ପ୍ଲେ-ଅଫ୍ ରୁ ବଞ୍ଚିତ ହୋଇଛନ୍ତି।

ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ମୁଖ୍ୟ ଫିଜିସିଆନ ଡ଼ ଦେବାଶିଷ ଚୌଧରୀ ମୋମିନିଲଙ୍କ ରିପୋର୍ଟ ପଜିଟିଭି ଆସିଥିବା ନେଇ ସୂଚନା ଦେଇଛନ୍ତି ।

ହକ ମଧ୍ୟ ଏନେଇ ସୂଚନା ଦେଇ କହିଛନ୍ତି ଯେ ତାଙ୍କର ସାମାନ୍ୟ ଜ୍ବର ଦେଖା ଦେବାରୁ ସେ ପରୀକ୍ଷା କରାଇଥିଲେ ।

‘‘ମୁଁ ଗତକାଲି ଜାଣିବାକୁ ପାଇଲି ଯେ ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଗତ ଦୁଇଦିନ ଧରି ମତେ ଜ୍ବର ହେଉଥିଲା । ଆଜି ମଧ୍ୟ ମୋର ସାମାନ୍ୟ ଜ୍ବର ରହିଛି । ନଚେତ ମୋର ଅନ୍ୟ କୌଣସି ଲକ୍ଷଣ ନାହିଁ,’’ ବୋଲି ହକ କହିଛନ୍ତି ।

ବଙ୍ଗବନ୍ଧୁ ଟି-20 କପରେ ତାଙ୍କ ଖେଳିବା ନେଇ ଆଶଙ୍କା ଶୃଷ୍ଟି ହୋଇଛି । ଅନ୍ୟ ବାଂଲାଦେଶ ଖେଳାଳିଙ୍କ ମଧ୍ୟରୁ ମାଶରାଫେ ମୋରତାଜା, ଅବୁ ଜୟେଦ ଓ ଶୈଫ ହସନ ମଧ୍ୟ କୋରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details