ଢାକା:ଖୁବଶ୍ରୀଘ୍ର ଅଭ୍ୟାସକୁ ଫେରିବ ବାଂଲାଦେଶ କ୍ରିକେଟ ଟିମ । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ପକ୍ଷରୁ ଶନିବାର ଘୋଷଣା କରାଯାଇଛି ।
ଜୁଲାଇ 19ରୁ ଖେଳାଳିଙ୍କୁ ଏକାକୀ ଅଭ୍ୟାସ ପାଇଁ ଅନୁମତି ମିଳିଛି । ସେର୍ ବାଂଲା ନ୍ୟାସନାଲ ଷ୍ଟାଡିୟମ (SBNCS) ଢାକା, ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ(ZACS) ଚଟଗ୍ରାମ, ସାଇଲେଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ(SICS) ଓ ସୈଖ ଅବୁ ନାସିର ଷ୍ଟାଡିୟମ(SANS) ଖୁଲନା ଠାରେ ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତିଗତ ଅଭ୍ୟାସ ସେସନ ପାଇଁ ଖେଳାଳିଙ୍କୁ ଅନୁମତି ପ୍ରଦାନ କରାଯାଇଛି ।