ଓଡିଶା

odisha

ETV Bharat / sports

'ବିଶ୍ବରେ ବାଂଲାଦେଶ ଏକମାତ୍ର ସ୍ଥାନ, ଯେଉଁଠି ଟିମ ଇଣ୍ଡିଆକୁ ମିଳେନି ସମର୍ଥନ' - Rohit Sharma on support

ବିଶ୍ବରେ ବାଂଲାଦେଶ ଏକମାତ୍ର ସ୍ଥାନ, ଯେଉଁଠାରେ, ଟିମ ଇଣ୍ଡିଆକୁ ସମର୍ଥନ ମିଳେନି । ଏହା କହିଛନ୍ତି ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା।

Bangladesh is the only place where we don't get any support, says Rohit Sharma
'ବିଶ୍ବରେ ବାଂଲାଦେଶ ଏକମାତ୍ର ସ୍ଥାନ, ଯେଉଁଠି ଟିମ ଇଣ୍ଡିଆକୁ ମିଳେନି ସମର୍ଥନ'

By

Published : May 16, 2020, 3:16 PM IST

ନୂଆଦିଲ୍ଲୀ: ବିଶ୍ବରେ ବାଂଲାଦେଶ ଏକମାତ୍ର ସ୍ଥାନ, ଯେଉଁଠାରେ, ଟିମ ଇଣ୍ଡିଆକୁ ସମର୍ଥନ ମିଳେନି । ଏହା କହିଛନ୍ତି ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା।

ବାଂଲାଦେଶ ଓପନର ତମିମ ଇକବାଲଙ୍କ ସହ ଫେସବୁକ ଲାଇଭ ଚାଟ୍ ରେ ଏହା କହିଛନ୍ତି ରୋହିତ । ରୋହିତ କହିଛନ୍ତି ଭାରତ ଓ ବାଂଲାଦେଶ ଦୁଇଟି କ୍ରିକେଟପସନ୍ଦ ଦେଶ । ଉଭୟ ଦେଶରେ ଖରାପ ପ୍ରର୍ଦଶନ ପାଇା ଖେଳାଳିଙ୍କୁ ପ୍ରଶଂସକଙ୍କ ସମାଲୋଚନାର ଶୀକାର ହେବାକୁ ପଡିଥାଏ । କାରଣ କ୍ରିକେଟକୁ ମାତ୍ରଧିକ ଭଲପାଇବା ସହ ନିଜ ଟିମର ବିଜୟ ସବୁବେଳେ ଦେଖିବାକୁ ଚାହାନ୍ତି ଫ୍ୟାନ୍ସ ।

ବାଂଲାଦେଶରେ ଘରୋଇ ଦର୍ଶକଙ୍କ ଉପସ୍ଥିତି ଭାରତୀୟ ଟିମକୁ କୌଣସି ସମର୍ଥନ ମିଳେନି । ସେଥିପାଇଁ ମ୍ୟାଚବେଳେ ଏହା ଅବିଶ୍ବସନୀୟ ପରିସ୍ଥିତି ସୃଷ୍ଟି କରିଥାଏ ।

ଏଥିସହିତ ବାଂଲାଦେଶର ବର୍ତ୍ତମାନର ଟିମକୁ ପ୍ରଶଂସା କରିଛନ୍ତି ରୋହିତ । ଅନେକ ଯୁବ ଓ ଦକ୍ଷ ଖେଳାଳି ଟିମରେ ସାମିଲ ହୋଇଛନ୍ତି । ସେଥିପାଇଁ ଅଭିଜ୍ଞ ଖେଳାଳିଙ୍କ ସହ ଯୁବ ଖେଳାଳିଙ୍କ ମିଶ୍ରିତ ସମନ୍ବୟରେ ଟିମ ଶକ୍ତିଶାଳୀ ହୋଇଥିବା ରୋହିତ କହିଛନ୍ତି ।

ABOUT THE AUTHOR

...view details