ଓଡିଶା

odisha

By

Published : Oct 18, 2019, 2:11 AM IST

ETV Bharat / sports

ଭାରତ ବିପକ୍ଷ ଟି-20 ସିରିଜ ପାଇଁ ବାଂଲାଦେଶ ଦଳ ଘୋଷିତ

ଭାରତ ବିପକ୍ଷ ଟି-20 ସିରିଜ ପାଇଁ 15 ଜଣିଆ ବାଂଲାଦେଶ ଦଳ ଘୋଷଣା ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଗାମୀ ମାସରେ ଭାରତ ଗସ୍ତରେ ଆସିବ ବାଂଲାଦେଶ କ୍ରିକେଟ ଟିମ । ସେଥିପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ 15 ଜଣିଆ ଦଳ ଘୋଷଣା କରିଛି । ଦଳକୁ ଫେରିଛନ୍ତି ବାମ ହାତୀ ସ୍ପିନର ଅରଫାତ ସନ୍ନି । 2016 ଟି-20 ବିଶ୍ବକପରେ ବେଆଇନ ବୋଲିଂ ଆକ୍ସନ ପାଇଁ ସନ୍ନି ବାସନ୍ଦ ହୋଇଥିଲେ । ପେସ ବୋଲର ଅଲ ଅମିନ ହିସେନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଏନେଇ ମୁଖ୍ୟ ଚୟନକର୍ତ୍ତା ମିନହାଜୁଲ ଆବେଦିନ ସୂଚନା ଦେଇଛନ୍ତି ।

ବାଂଲାଦେଶ ଦଳ ଭାରତ ଗସ୍ତରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ସିରିଜର ପ୍ରଥମ ମ୍ୟାଚ 3 ନଭେମ୍ବରରେ ଖେଳାଯିବ । ସେହିପରି ନଭେମ୍ବର 7 ଓ 10ରେ ଅନ୍ୟ 2ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି ।


ବାଂଲାଦେଶ ଦଳ: ସାକିବ ଅଲ ହାସନ (କ୍ୟାପଟେନ), ତମିମ ଇକବାଲ, ଲିଟନ ଦାସ, ସୌମ୍ୟ ସରକାର, ନାଇମ ସୈଖ, ମୁସପିକର ରହିମ(ୱିକେଟ କିପର), ମହମ୍ମଦୁଲ୍ଲା ରିୟାଦ, ଆଫିଫ ହୁସେନ, ମୋସଦେକ ହୁସେନ, ଅମିନୁଲ ଇସଲାମ ବିପ୍ଳବ, ଅରଫଟ ସନ୍ନି, ମହମ୍ମଦ ସୈଫୁଦ୍ଦିନ, ଅଲ-ଅମିନ ହୁସେନ, ମୁସ୍ତାଫିଜୁର ରେହମାନ ଓ ସାଫିଉଲ ଇସଲାମ ।

ABOUT THE AUTHOR

...view details