ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଛନ୍ତି ବାଂଲାଦେଶ ପେସର ମହମ୍ମଦ ସାରିଫ । ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି ଏହି ବାଂଲାଦେଶ କ୍ରିକେଟର । 2007ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ସାରିଫ । ତେବେ 20 ବର୍ଷର ଲମ୍ବା ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ପରେ ଅବସର ନେଇଛନ୍ତି ସାରିଫ ।
ମାତ୍ର 17 ବର୍ଷ ବୟସରେ ଜିମ୍ବାୱେ ବିପକ୍ଷରେ ବର୍ଷ 2001ରେ ଡେବ୍ୟୁ କରିଥିଲେ ମହମ୍ମଦ ସାରିଫ । ବାଂଲାଦେଶ ପକ୍ଷରୁ 9ଟି ଦିନିକିଆ ମ୍ୟାଚ ଖେଳି 10 ୱିକେଟ ଅକ୍ତିଆର କରିଛନ୍ତି ସାରିଫ । ତେବେ ଆହତ କାରଣରୁ ତାଙ୍କର କ୍ରିକେଟ କ୍ୟାରିୟର ପ୍ରଭାବିତ ହେବା ସହ, ଜାତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ ।