କଟକ: ଓଡିଶା କ୍ରିକେଟ ପାଇଁ ଖୁସି ଖବର । ବୟସ ଜାଲିଆତି ପ୍ରସଙ୍ଗରେ ବ୍ୟାନ ହୋଇଥିବା ଦୁଇ ଓଡ଼ିଆ କ୍ରିକେଟରଙ୍କୁ ମଧ୍ୟରୁ ରାଜେଶ ମହାନ୍ତିଙ୍କ ଉପରୁ ହଟାଯାଇଛି ବାସନ୍ଦାଦେଶ। ଏହି ସୂଚନା ଦେଇଛି ବିସିସିଆଇ । ବୟସ ଜାଲିଆତି ପ୍ରସଙ୍ଗରେ ଦୁଇ ଓଡିଶା କ୍ରିକେଟରଙ୍କୁ ବ୍ୟାନ କରିଥିଲା ବିସିସିଆଇ । ତେବେ ରାଜେଶଙ୍କୁ ଉପରୁ ବ୍ୟାନ ହଟିଥିବା ବେଳେ, ଅନ୍ୟତମ ଖେଳାଳି ରାଉରକେଲାର କ୍ରିଷ୍ଣା ପଲେଇଙ୍କ ବାବଦରେ କୌଣସି ସୂଚନା ନାହିଁ।
ବୟସ ଜାଲିଆତି ପ୍ରସଙ୍ଗ: ଓଡିଆ ଖେଳାଳି ରାଜେଶଙ୍କ ଉପରୁ ଉଠିଲା ବ୍ୟାନ
ବୟସ ଜାଲିଆତି ପ୍ରସଙ୍ଗରେ ବ୍ୟାନ ହୋଇଥିବା ଦୁଇ ଓଡ଼ିଆ କ୍ରିକେଟରଙ୍କୁ ମଧ୍ୟରୁ ରାଜେଶ ମହାନ୍ତିଙ୍କ ଉପରୁ ହଟାଯାଇଛି ବାସନ୍ଦାଦେଶ।
ରାଜେଶ ମହାନ୍ତି
ତେବେ ବ୍ୟାନ ହଟିବା ପରେ ପୁଣି ଓଡିଶା ଦଳକୁ ଫେରିଛନ୍ତି ରାଜେଶ । ବିସିସିଆଇର ସ୍ପଷ୍ଟୀକରଣ ପରେ ରାଜେଶ ସମସ୍ତ ଫର୍ମାଟରେ କ୍ରିକେଟ ଖେଳିପାରିବେ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ