ଲାହୋର: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବରେ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ସୋସିଆଲ ମିଡିଆରେ କ୍ରିକେଟରଙ୍କୁ ସମୟ ଅତିବାହିତ କରୁଥିବାର ଦେଖାଯାଉଛି । ତେବେ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ଶିଘ୍ର ଅଭ୍ୟାସକୁ ଫେରିବା ନେଇ ବ୍ୟଗ୍ର ଅଛନ୍ତି ।
ପାକିସ୍ତାନ କ୍ରିକେଡ ବୋର୍ଡ ପକ୍ଷରୁ ଖେଳାଳିଙ୍କ ପାଇଁ ଲକଡାଉନ ସମୟରେ ଏକ ଅନଲାଇନ କୋଚିଂର ବ୍ୟବସ୍ଥା ହୋଇଥିଲା । ଏଥିରେ ପୂର୍ବତନ ପାକ କ୍ରିକେଟର ମହମ୍ମଦ ୟୁସୁଫ, ୟୁନିସ ଖାନ, ରସିଦ ଲତିଫ, ମୁସ୍ତାକ ଅହମ୍ମଦ ମୋଇନ ଖାନ, ଜାଭେଦ ମିଆଁଦାଦ, ୱାସିମ ଆକ୍ରମ ଓ ସୋଏବ ଅଖତର ପ୍ରମୁଖ ବର୍ତ୍ତମାନର ଖେଳାଳିଙ୍କୁ ନିଜର ଅଭିଜ୍ଞତା ବାଣ୍ଟିଥିଲେ।