ଚେନ୍ନାଇ: ଶନିବାର ଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟେଷ୍ଟ ଡେବ୍ୟୁ କରିଛନ୍ତି । ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ଅକ୍ଷର 302ତମ ଖେଳାଳି ।
ଟେଷ୍ଟ ଡେବ୍ୟୁ ପରେ ଭାବୁକ ହେଲେ ଅକ୍ଷର - ଅକ୍ଷର ପଟେଲ ଟେଷ୍ଟ ଡେବ୍ୟୁ
ଶନିବାର ଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟେଷ୍ଟ ଡେବ୍ୟୁ କରିଛନ୍ତି । ତେବେ ପ୍ରଥମ ଦିନର ଖେଳର ସମାପ୍ତ ହେବା ପରେ 27ବର୍ଷୀୟ ଅକ୍ଷର ପଟେଲ ଟ୍ବିଟ କରି ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି ।
ଚେନ୍ନାଇ ଟେଷ୍ଟର ପ୍ରଥମ ଦିନର ଖେଳର ସମାପ୍ତ ହେବା ପରେ 27 ବର୍ଷୀୟ ଅକ୍ଷର ପଟେଲ ଟ୍ବିଟ କରି ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି । ଅକ୍ଷର ଟ୍ବିଟରେ ଲେଖିଛନ୍ତି ଯେ, 13 ଫେବୃଆରୀ,2021.. ଏହି ଦିନକୁ ନିଜ ଜୀବନରେ କେବେ ବି ଭୁଲିବିନି । ମୁଁ ଭାଗ୍ୟବାନ ମତେ ଟେଷ୍ଟ କ୍ରିକେଟରେ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବା ପାଇଁ ସୌଭାଗ୍ୟ ମିଳିଛି । ସମର୍ଥନ ଓ ଶୁଭକାମନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ।
ଅକ୍ଷର 27ବର୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଛନ୍ତି ସତ କିନ୍ତୁ ସେ ଟିମ ଇଣ୍ଡିଆ ପାଇଁ 38ଟି ଦିନିକିଆ ଓ 11ଟି-20 ମ୍ୟାଚ ଖେଳିଛନ୍ତି । 38ଟି ଦିନିକିଆରେ 45 ଓ 11ଟି ଟ-20 ମ୍ୟାଚରେ 9ଟି ଓ୍ବିକେଟ ହାତେଇଛନ୍ତି । ଅଲରାଉଣ୍ଡର ଖେଳାଳି 2014ରେ ଦିନିକିଆ ଡେବ୍ୟୁ ମ୍ୟାଚ ଖେଳିଥିବାବେଳେ ଟି-20 ଡେବ୍ୟୁ 2015ରେ କରିଥିଲେ ।