ଆଡିଲେଡ: ଆଜି ଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ । ଆଡିଲେଡ୍ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । 4ମ୍ୟାଚ ଟେଷ୍ଟ ବିଶିଷ୍ଟ ଟେଷ୍ଟ ସିରିଜ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ।
ଭାରତ ବର୍ତ୍ତମାନ ସୁଦ୍ଧା କେବଳ ଏକମାତ୍ର ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳିଛି । ଗତବର୍ଷ ଇଡେନ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଭାରତ ଏହି ମ୍ୟାଚ ଖେଳି ଥିଲା ।
ସୂଚନାଥାଉକି, ବିରାଟ କୋହଲି ପ୍ରଥମ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲେଇବେ । ଏହାପରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ବାକି ମ୍ୟାଚରେ ରାହାଣେଙ୍କ କାନ୍ଧରେ ନେତୃତ୍ବ ଭାର ରହିବ ।