ଆଡିଲେଡ: କ୍ରିକେଟ ଗ୍ରାଉଣ୍ଡରେ ଟିକିଏ ଅସାବଧାନତା ପଡିଲା ମହଙ୍ଗା । ମିଡ-ଅନରେ କ୍ୟାଚ ଧରିବାକୁ ଯାଇ ଫାଟିଲା ଖେଳାଳିଙ୍କ ନାକ । ତେବେ ମଜାଦାର କଥା ହେଉଛି, ନିଜ ଭାଇର ସର୍ଟରେ ଫଟିଛି ଭାଇର ନାକ । ଘଟଣାଟି ସ୍ଥାନୀୟ ଓଭାଲ କ୍ରିକେଟ ଗ୍ରାଉଣ୍ଡର ।
ଭାଇର କ୍ୟାଚ ଧରିବାକୁ ଯାଇ ଫାଟିଲା ଭାଇର ନାକ, ଦେଖନ୍ତୁ ଭିଡିଓ - ଓଭାଲ କ୍ରିକେଟ ଗ୍ରାଉଣ୍ଡ
ମିଡ-ଅନରେ କ୍ୟାଚ ଧରିବାକୁ ଯାଇ ଫାଟିଲା ଖେଳାଳିଙ୍କ ନାକ । ତେବେ ମଜାଦାର କଥା ହେଉଛି, ନିଜ ଭାଇର ସର୍ଟରେ ଫାଟିଛି ଭାଇର ନାକ।
ଓଭାଲ କ୍ରିକେଟ ଗ୍ରାଉଣ୍ଡ
ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଓ ସାଉଦ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିଲା ମ୍ୟାଚ । ସାଉଦ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ୱେସ୍ ମିଡ-ଅନ ଅଞ୍ଚଳକୁ ଏକ ଶକ୍ତିଶାଳୀ ସର୍ଟ ଖେଳିଥିଲେ । ଯେଉଁଠି ପିଲ୍ଡିଂ ପାଇଁ ଠିଆ ହୋଇଥିଲେ ତାଙ୍କ ଭାଇ ତଥା ସାଉଦ ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଷ୍ଟନ ଅଗର । ତେବେ କ୍ୟାଚ ନେଉଥିବା ବେଳେ ତାଙ୍କ ହାତରୁ ବଲ ଖସି ସିଧା ନାକରେ ବାଜିଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ରକ୍ତ ଧାର । ତେବେ ଭାଇର ଏଭଳି ଅବସ୍ଥା ଦେଖି ବ୍ୟାଟ ଛାଡି ସଙ୍ଗେ ସଙ୍ଗେ ଭାଇ ପାଖକୁ ଆସିଥିଲେ ୱେସ୍ । ଗୁରୁତର ଅବସ୍ଥାରେ ଆଷ୍ଟନ ଅଗର ପଡିଆରୁ ସିଧା ଡାକ୍ତରଖାନା ନିଆଯାଇଥିଲା ।