ଓଡିଶା

odisha

ETV Bharat / sports

କୋରୋନା ଟେଷ୍ଟରେ ପାସ୍‌ ହେଲେ କେନ ରିଚାର୍ଡସନ - କ୍ରିକେଟରଙ୍କୁ କୋରନା ଭୟ

ଅଷ୍ଟ୍ରେଲିଆ କ୍ରିକେଟର କେନ ରିଚାର୍ଡସନଙ୍କୁ କୋରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଥିଲା । ତେବେ ଏହି ସନ୍ଦେହରୁ ପରଦା ଉଠିଛି । COVID-19 ପରୀକ୍ଷାରେ କେନ ରିଚାର୍ଡସନଙ୍କ ରକ୍ତନମୁନା ନେଗେଟିଭ ଆସିଛି ।

kane richardson
kane richardson

By

Published : Mar 13, 2020, 5:40 PM IST

ହାଇଦ୍ରାବାଦ: COVID-19 ପରୀକ୍ଷାରେ କେନ ରିଚାର୍ଡସନଙ୍କ ରକ୍ତନମୁନା ନେଗେଟିଭ ଆସିଛି । ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳରେ ଖେଳିବାର ସମ୍ଭାବନା ଏବେ ରହିଛି ।

ଅଷ୍ଟ୍ରେଲିଆ କ୍ରିକେଟର କେନ ରିଚାର୍ଡସନଙ୍କୁ କୋରୋନା ସଂକ୍ରମିତ ସନ୍ଦେହ କରାଯାଇଥିଲା । ରିଚାର୍ଡସନ ଅସୁସ୍ଥ ଦର୍ଶାଇବା ପରେ, ତାଙ୍କୁ ପୃଥକ ରଖାଯାଇ COVID-19 ପରୀକ୍ଷା କରାଯାଇଛି । ତେବେ ତାଙ୍କର ରକ୍ତ ନମୁନା ନେଗେଟିଭ ଆସିଛି ।

ରିଚାର୍ଡସନ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଥିବା ଅଷ୍ଟ୍ରେଲିଆ ଦିନିକିଆ ଦଳର ସଦସ୍ୟ ଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳରେ ମଧ୍ୟ ସାମିଲ ଅଛନ୍ତି ରିଚାର୍ଡସନ । ମାତ୍ର କୋରୋନା ପରୀକ୍ଷା କାରଣରୁ ସେ ପ୍ରଥମ ଦିନିକିଆରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ସେନ୍‌ ଏବଟ୍‌ ଅଷ୍ଟ୍ରେଲିଆ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ।

ଅନ୍ୟପଟେ କୋରୋନା ଭାଇରସ ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି ।

ABOUT THE AUTHOR

...view details