ଓଡିଶା

odisha

ETV Bharat / sports

ଶିଶୁ ଆଶ୍ରମରେ କ୍ରିକେଟ ପାଠ ପଢାଇଲେ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ - ଶିଶୁ ଆଶ୍ରମରେ ଅଷ୍ଟ୍ରେଲିଆ କ୍ରିକେଟର

ଚେମ୍ବୁର ଶିଶୁ ଆଶ୍ରମରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଗ୍‌ ପିଲାମନଙ୍କୁ କ୍ରିକେଟର ଜ୍ଞାନ ବାଣ୍ଟିବା ସହ ତାଙ୍କ ସହ କ୍ରିକେଟ ଖେଳିଛନ୍ତି ।

ଅଷ୍ଟ୍ରେଲିଆ  କ୍ରିକେଟର ଷ୍ଟିଭ
ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ

By

Published : Jan 13, 2020, 7:23 PM IST

ମୁମ୍ବାଇ: ମାନଖୁର୍ଦର ଚେମ୍ବୁର ଶିଶୁ ଆଶ୍ରମରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଗ୍‌ । ସେଠାରେ 2ଘଣ୍ଟା ଶିଶୁମାନଙ୍କ ସହ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭାରତ ଗସ୍ତରେ ଆସିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଉଭୟ ଦେଶ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ତେବେ କଙ୍ଗାରୁ ଦଳ ସହ ତାଙ୍କର ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବିଗ୍‌ ଭାରତ ଆସିଛନ୍ତି । ସେ ସାମାଜିକ କାର୍ଯ୍ୟ ସହ କ୍ରୀଡାକୁ ପ୍ରୋତ୍ସାହନ ଦେବା ଲାଗି ଅନେକ କାମ କରିଆସୁଛନ୍ତି ।

ତେବେ ଏହି ସମୟରେ ସେ ଚେମ୍ବୁର ଶିଶୁ ଆଶ୍ରମ ଆସିଥିଲେ । ସେଠାରେ ପିଲାମାନେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ ।ଷ୍ଟିଭ ପିଲାମାନଙ୍କ ସହ ପ୍ରାୟ 2ଘଣ୍ଟା କାଳ ସମୟ ଅତିବାହିତ କରିଥିଲେ । ସେହି 2 ଘଣ୍ଟାରେ କ୍ରିକେଟ ସମ୍ବନ୍ଧରେ ଅନେକ ଜ୍ଞାନ ବାଣ୍ଟିବା ସହ ତାଙ୍କ ସହ କ୍ରିକେଟ ଖେଳିଥିଲେ ଓ ଫଟୋ ମଧ୍ୟ ଉଠେଇଥିଲେ ।

ଷ୍ଟିଭ ଅଧିକାଂଶ ସମୟ ଭାରତକୁ ଆସିଥାନ୍ତି । ତାଙ୍କର ସାମାଜିକ ସଙ୍ଗଠନ ସହ ଭାରତର ଗରିବ ଶ୍ରେଣୀ ଲୋକଙ୍କ ସାହାଯ୍ୟ କରୁଛନ୍ତି । ତେବେ ସେ ଆସନ୍ତାକାଲିର ମ୍ୟାଚକୁ ନେଇ କହିଛନ୍ତି ଯେ, ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ ବହୁତ ରୋମାଞ୍ଚକର ହେବ । ସିରିଜ ଅଷ୍ଟ୍ରେଲିଆ ହିଁ ଜିତିବ ।

ତେବେ ସେହି ଶିଶୁ ଆଶ୍ରମର ଅଧିକ୍ଷକ ବିଜୟ କ୍ଷୀରସାଗର କହିଛନ୍ତି ଯେ, ଜଣେ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଏଠାକୁ ଆସିଥିବାରୁ ବହୁତ ଖୁସି ଅଛୁ । ସେ ଆସିବାରୁ ମୂଳଦୂଆର ଉନ୍ନତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details