ହାଇଦ୍ରାବାଦ: ଅଷ୍ଟ୍ରେଲିଆର ମହାନ୍ କ୍ରିକେଟ୍ ଖେଳାଳୀ ଶେନ୍ ୱାଟସନ୍ ବିଗ୍ବ୍ୟାଶ୍ରୁ ଅବସର ନେଇଛନ୍ତି । 37ବର୍ଷୀୟ ଓ୍ବାଟସନ୍ ନିଜ ଦେଶର ଟି-20 ଲିଗ୍ ଆଉ ଖେଳିବେ ନାହିଁ । ଏବେ ସୁଦ୍ଧା ନିଜର ଘରୋଇ ଲିଗ୍ରେ ମୋଟ୍ 42 ମ୍ୟାଚ୍ ଖେଳି 1,058 ରନ୍ କରିଛନ୍ତି । ଏଥିସହ 42 ୱିକେଟ୍ ନିଜ ନାଁରେ କରିଛନ୍ତି ।
ପରିବାର ପାଇଁ ବିଗ୍ବ୍ୟାଶ୍ରୁ ସନ୍ନାସ ନେଲେ ଓ୍ବାଟସନ୍
ଚେନ୍ନାଇ ସୁପରକିଙ୍ଗସ୍ ଦଳ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆର କ୍ରିକେଟ୍ର ଶେନ୍ ଓ୍ବାଟସନ୍ ଘରୋଇ ଲିଗ୍ରୁ ସନ୍ୟାସ ଘୋଷଣା କରିଛନ୍ତି।
ଡିଜାଇନ ଫଟୋ
ପରିବାର ସହ ଅଧିକ ସମୟ ବିତେଇବା ଲାଗି ସେ ଏପରି ନିଷ୍ପତ୍ତି ନେଇଛନ୍ତି । ସୂଚନାଥାଉକି, ଘରୋଇ ଲିଗ୍ ରେ ୱାଟସନ୍ ସିଡନୀ ଥଣ୍ଡର ପାଇଁ ଖେଳୁଥିଲେ । ଏହି ଦଳ ସହ 4ବର୍ଷ ହେଲା ଜଡିତ ଥିଲେ । ବର୍ତ୍ତମାନ ସେ ଆଇପିଏଲ୍ର ଚେନ୍ନାଇ ସୁପରକିଙ୍ଗସ୍ ଦଳ ପକ୍ଷରୁ ଖେଳୁଛନ୍ତି।
ତେବେ 2016ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିଅରରୁ ଅବସର ନେଇ ସାରିଛନ୍ତି ।