ଓଡିଶା

odisha

ETV Bharat / sports

ଧୋନିଙ୍କ ପରି ଅଷ୍ଟ୍ରେଲିଆର ଏହି ଖେଳାଳି ହେବେ ଫିନିସର - ଇଂଲଣ୍ଡ- ଅଷ୍ଟ୍ରେଲିଆ

ମାର୍କସଙ୍କୁ ସୁଯୋଗ ଦିଆଗଲେ ସେ ଧୋନିଙ୍କ ପରି ଜଣେ ଫିନିସର ହୋଇ ପାରିବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଉପ ଅଧିନାୟକ ପାଟ କମିନ୍ସ ।

ଧୋନିଙ୍କ ପରି ଅଷ୍ଟ୍ରେଲିଆର ଏହି ଖେଳାଳି ହେବେ ଫିନିସର
ଧୋନିଙ୍କ ପରି ଅଷ୍ଟ୍ରେଲିଆର ଏହି ଖେଳାଳି ହେବେ ଫିନିସର

By

Published : Sep 6, 2020, 3:34 PM IST

ସାଉଥମ୍ପଟନ: ଇଂଲଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜ ଚାଲିଛି । ଏହି ସମୟରେ ଅଷ୍ଟ୍ରେଲିଆର ଉପ ଅଧିନାୟକ ପାଟ କମିନ୍ସ ସାଥି ଖେଳାଳି ଅଲରାଣ୍ଡର ମାର୍କସ ଷ୍ଟଇନିସଙ୍କୁ ନେଇ ମତ ରଖିଛନ୍ତି । ମାର୍କସଙ୍କୁ ସୁଯୋଗ ଦିଆଗଲେ ସେ ଧୋନିଙ୍କ ପରି ଜଣେ ଫିନିସର ହୋଇ ପାରିବେ ବୋଲି କହିଛନ୍ତି ।

କିମନ୍ସ କହିଛନ୍ତି ଯେ, ମାର୍କସ ଷ୍ଟଇନିସ ଘରୋଇ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । କ୍ରିକେଟ ଟିମର ମଧ୍ୟକ୍ରମ ମଜବୁତ ହେବା ଦରକାର । ସେଥିଲାଗି ମାର୍କସଙ୍କୁ ମଧ୍ୟକ୍ରମରେ ଖେଳିବାକୁ ସୁଯୋଗ ଦିଆଯାଇଛି । ଏମଏସ ଧୋନି ବିଶ୍ବର ଜଣେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟର ଜଣେ । ସେ 400 ଦିନିକିଆ ମ୍ୟାଚ ଖେଳିଛନ୍ତି । ଆମେ ଜାଣିଛୁ ଗୋଟିଏ ରାତିରେ କୌଣସି ଚମତ୍କାର ହୁଏ ନାହିଁ । ଆମେ ଟିମର ସମସ୍ତ ଖେଳାଳିଙ୍କ ଉପରେ ବିଶ୍ବାସ ରଖିବା ଉଚିତ ।

ଧୋନିଙ୍କ ଇଣ୍ଟରନ୍ୟାସନାଲ କ୍ୟାରିଅର

ସୂଚନାଥାଉକି, ମାର୍କସ ଷ୍ଟଇନିସ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ 18ବଲରେ 23ରନ କରି ନଟ ଆଉଟ ରହିଥିଲେ ।

ଏପଟେ କୋରୋନା ମହାମାରୀ ମଧ୍ୟରେ ଦର୍ଶକଙ୍କ ବିନା ଅଷ୍ଟ୍ରେଲିଆର ଏହା ପ୍ରଥମ ମ୍ୟାଚ ଥିଲା । ତେବେ ପାଟ କମିନ୍ସ ଏହାକୁ ନେଇ କହିଛନ୍ତି ଯେ, ଖେଳରେ କୌଣସି ପ୍ରଭାବ ପଡି ନାହିଁ କିନ୍ତୁ ଏହା ଭିନ୍ନ ଥିଲା ।

ABOUT THE AUTHOR

...view details