ଓଡିଶା

odisha

ETV Bharat / sports

ଜାଡେଜାଙ୍କ ସଫଳ ଅସ୍ତ୍ରପୋଚାର, ଡାକ୍ତରଖାନରୁ ସେୟାର କଲେ ଫଟୋ

ସୋସିଆଲ ମିଡିଆରେ ଫଟୋ ସେୟାର କରି ସଫଳ ଅସ୍ତ୍ରପୋଚାରର ସୂଚନା ଦେଇଛନ୍ତି ଖୋଦ୍‌ ଜାଡେଜା ।

By

Published : Jan 12, 2021, 2:57 PM IST

ଜାଡେଜାଙ୍କ ସଫଳ ଅସ୍ତ୍ରପୋଚାର,  ଡାକ୍ତରଖାନରୁ ସେୟାର କଲେ ଫଟୋ
ଜାଡେଜାଙ୍କ ସଫଳ ଅସ୍ତ୍ରପୋଚାର, ଡାକ୍ତରଖାନରୁ ସେୟାର କଲେ ଫଟୋ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ 3ୟ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ଆଙ୍ଗୁଠିରେ ଆହତ ଲାଗିଥିଲା । ଏନେଇ ଜାଡେଜାଙ୍କ ସର୍ଜରୀ ହୋଇଛି । ସେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସଫଳ ଅସ୍ତ୍ରୋପଚାରର ସୂଚନା ଦେଇଛନ୍ତି ।

ସେ ନିଜ ଟ୍ବିଟରେ ଡାକ୍ତରଖାନାରୁ ଫଟୋ ସେୟାର କରି ଲେଖିଛନ୍ତି ଯେ, ସର୍ଜରୀ ହୋଇଛି । ବହୁତ ଶୀଘ୍ର ଧମାକାଦାର ଏଣ୍ଟ୍ରି କରିବି ।

ଗତ ଶନିବାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିବା ସମୟରେ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହା ପରେ ସ୍କାନରେ ଆଙ୍ଗୁଠି ଭାଙ୍ଗିଥିବା ଜଣାପଡିଥିଲା । ଫଳରେ ବ୍ରିସବେନରେ ଜାନୁଆରୀ 15ରୁ ଖେଳାଯିବାକୁ ଥିବା ସିରିଜର ଶେଷ ଟେଷ୍ଟରୁ ବାଦ ପଡିଥିବା ବିସିସିଆଇ ଟ୍ବିଟ କରି ଜଣାଇଥିଲା ।

ABOUT THE AUTHOR

...view details