ଓଡିଶା

odisha

ETV Bharat / sports

ଆଡିଲେଡ ଟେଷ୍ଟ: ପ୍ରଥମ ଦିନ ଷ୍ଟମ୍ପସ୍, 233/6ରେ ଭାରତକୁ ରୋକିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର 233/6 । ଅଧିକ ପଢନ୍ତୁ...

By

Published : Dec 17, 2020, 8:41 PM IST

Australia vs India, 1st Test: AUS restrict IND to 233/6 after Kohli run-out
ଆଡିଲେଡ ଟେଷ୍ଟ: ପ୍ରଥମ ଦିନ ଷ୍ଟମ୍ପସ୍, 233/6ରେ ଭାରତକୁ ରୋକିଲା ଅଷ୍ଟ୍ରେଲିଆ

ଆଡିଲେଡ: ପୁଣି ଆଡିଲେଡରେ ନିଜର ରନ ସଂଗ୍ରହର ଧାରା ବଜାୟ ରଖିଲେ ବିରାଟ କୋହଲି । 74 ରନର ଇଂନିସ ସହ ଆଉ ଏକ ଟେଷ୍ଟ ଶତକ ଆଡକୁ ଅଗ୍ରସର ହେଉଥିବା ବିରାଟ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇଥିଲେ ।

ଆଡିଲେଡ ଟେଷ୍ଟ: ପ୍ରଥମ ଦିନ ଷ୍ଟମ୍ପସ୍, 233/6ରେ ଭାରତକୁ ରୋକିଲା ଅଷ୍ଟ୍ରେଲିଆ

ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭ୍ରମଣକାରୀ ଭାରତ । ମାତ୍ର 19 ରନ ମଧ୍ୟରେ ପରବର୍ତ୍ତୀ ଦୁଇଟି ୱିକେଟ ହରାଇଥିଲା । ଫଳରେ ଗୁରୁବାରଠାରୁ ଆଡିଲେଡରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର 233/6 ରହିଛି ।

ଆଡିଲେଡ ଟେଷ୍ଟ: ପ୍ରଥମ ଦିନ ଷ୍ଟମ୍ପସ୍, 233/6ରେ ଭାରତକୁ ରୋକିଲା ଅଷ୍ଟ୍ରେଲିଆ

ଏକଦା ଭାରତର ସ୍କୋର 188/3 ସହ ମଝବୁତ ସ୍ଥିତିରେ ରହିଥିଲା । ମାତ୍ର ଦ୍ବିତୀୟ ନୂଆ ବଲରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅଧିକ ଘାତକ ସାବ୍ୟସ୍ତ ହୋଇଥିଲେ । ଭାଇସ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ଓ ବନୁମା ବିହାରୀଙ୍କ ୱିକେଟ ଶ୍ରୀଘ୍ର ହରାଇଥିଲା ଭାରତ । ଫଳରେ 206/6ରେ ପହଞ୍ଚିଥିଲା ଭ୍ରମଣକାରୀ ଦଳର ସ୍କୋର । ରବିଚନ୍ଦ୍ରନ ଅଶ୍ବିନୀ 15 ଓ ରିଦ୍ଧିମାନ ଶାହା 9 ରନରେ ଅପରାଜିତ ଅଛନ୍ତି ।

ଚେତେଶ୍ବର ପୂଜାରା 43 ଓ ଅଜିଙ୍କ୍ୟ ରାହାଣେ 42 ରନର ଇଂନିସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ 2ଟି ଓଜସ ହେଜେଲଉଡ, ପାଟ କମିନ୍ସ ଓ ନାଥନ ଲାୟନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details