ହାଇଦ୍ରାବାଦ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମରିସନ ଅଷ୍ଟ୍ରେଲିଆରେ ଏକ କ୍ରିକେଟ ମ୍ୟାଚରେ ୱାଟର ବଏ ଭାବେ ନଜର ଆସିଛନ୍ତି । ମନୁକା ଓଭାଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଏହି ଘଟଣା ଘଟିଛି ।
କ୍ରିକେଟ ମ୍ୟାଚରେ 'ୱାଟର ବଏ' ସାଜିଲେ ପ୍ରଧାନମନ୍ତ୍ରୀ ! - ସ୍କଟ ମରିସନ ୱାଟର ବୟ
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ପ୍ରଧାନମନ୍ତ୍ରୀ ଏକାଦଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚରେ ୱାଟର ବଏ ଭାବେ ନଜର ଆସିଛନ୍ତି ।
![କ୍ରିକେଟ ମ୍ୟାଚରେ 'ୱାଟର ବଏ' ସାଜିଲେ ପ୍ରଧାନମନ୍ତ୍ରୀ !](https://etvbharatimages.akamaized.net/etvbharat/prod-images/768-512-4857316-thumbnail-3x2-wc.jpeg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ପ୍ରଧାନମନ୍ତ୍ରୀ ମରିସନ ଜଳପାନ ବିରତି ସମୟରେ ନିଜେ ଖେଳାଳିଙ୍କ ପାଇଁ ଡ୍ରିଙ୍ଗସ ନେଇ ପଡିଆକୁ ଯାଇଥିଲେ । ପଡିଆରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆ ଖେଳାଳି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ମରିସନଙ୍କ ଏଭଳି ସରଳତା ପାଇଁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା କରାଯାଇଛି ।
ଏହି ଲୋ-ସ୍କୋରିଙ୍ଗ ମ୍ୟାଚରେ ପ୍ରଧାନମନ୍ତ୍ରୀ ଏକାଦଶ ବିଜୟୀ ହୋଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 130 ରନ କରିଥିଲା । ଏହାର ଜବାବରେ ହେରି ନିଲସନଙ୍କ 50 ବଲରେ ଦ୍ରୁତ 79 ସହାୟତାରେ, ଗୋଟିଏ ୱିକେଟରେ ବିଜୟୀ ହୋଇଥିଲା ।