ଓଡିଶା

odisha

ETV Bharat / sports

‘ଲୋଭୀ ନୁହନ୍ତି ଅଷ୍ଟ୍ରେଲିଆ ଖେଳାଳି’ - ଲୋଭୀ ନୁହନ୍ତି ଅଷ୍ଟ୍ରେଲିଆ ଖେଳାଳି

ଅଷ୍ଟ୍ରେଲିଆ ଖେଳାଳି ମାନେ ଲୋଭୀ ନୁହନ୍ତି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ୍‌ ପେନ୍‌ । ଅଧିକ ପଢ଼ନ୍ତୁ...

Australia players won't be greedy, pay cut, Australia test captain, Tim Paine, ଲୋଭୀ ନୁହନ୍ତି ଅଷ୍ଟ୍ରେଲିଆ ଖେଳାଳି, ଟିମ୍ ପେନ୍
‘ଲୋଭୀ ନୁହନ୍ତି ଅଷ୍ଟ୍ରେଲିଆ ଖେଳାଳି’

By

Published : Apr 27, 2020, 11:21 PM IST

ସିଡନି: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍ ପେନ୍ କହିଛନ୍ତି ଯେ କୋଭିଡ-19 ମହାମାରୀ ଦ୍ବାରା ଆର୍ଥିକ ସଙ୍କଟ ପରେ ଦେଶରେ କ୍ରିକେଟକୁ ବଜାୟ ରଖିବା ପାଇଁ ଯଦି ଦରମା କାଟ କରିବାକୁ କୁହାଯାଏ ତେବେ ସେ ଏବଂ ତାଙ୍କ ସାଥୀମାନେ ଲୋଭ କରିବେ ନାହିଁ ।

ଦ୍ରୁତ ଗତିରେ ପ୍ରସାରିତ କରୋନାଭାଇରସ୍ କାରଣରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଏବଂ ଆଗାମୀ ଟି -20 ବିଶ୍ବକପ ସନ୍ଦେହରେ ରହିଛି । କ୍ରିକେଟ ଅଷ୍ଟ୍ରେଲିଆ ଏହାର 80% କର୍ମଚାରୀଙ୍କ ଦରମା କାଟ କରିବା ନିଷ୍ପତ୍ତି ନେଇ ସାରିଛି ଏବଂ ଖେଳାଳିମାନଙ୍କ ସମ୍ଭାବ୍ୟ ଦରମା ହ୍ରାସ ନେଇ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ (ଏସିଏ) ସହିତ ଆଲୋଚନା କରୁଛି।

ପେନ୍ ‘ଏବିସି ରେଡିଓ’ରେ କହିଛନ୍ତି ଯେ, ‘‘ଖେଳାଳିମାନେ ଖେଳର ସମ୍ପୂର୍ଣ୍ଣ ଆର୍ଥିକ ସ୍ଥିତି ଜାଣିବା ଆବଶ୍ୟକ ଓ ସେମାନେ ଲୋଭୀ ହେବେ ନାହିଁ ବୋଲି ମୋର ବିଶ୍ବାସ।’’

“ଆମର ଜୀବିକା, ସିଏ (କ୍ରିକେଟ ଅଷ୍ଟ୍ରେଲିଆ) ଏବଂ ଖେଳାଳି ସଙ୍ଗଠନ ସହିତ ଜଡିତ ସମସ୍ତ ଲୋକ, ସେମାନଙ୍କର ଜୀବିକା ସୁସ୍ଥ କ୍ରିକେଟ ଉପରେ ନିର୍ଭର କରେ ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ବର୍ତ୍ତମାନ ସମୟରେ ଯଦି ଦରମା କାଟିବା ଦ୍ବାରା ଆଗାମୀ ଦିନରେ କ୍ରିକେଟ ଭଲଭାବରେ ଆଗକୁ ବଢ଼ିବ, ତେବେ ନିଶ୍ଚିତ ଭାବରେ ଆମକୁ ତା ଉପରେ ଧ୍ୟାନ ଦେବାକୁ ହେବ ।’’

ଯଦି ବିଶ୍ବୈକ ମହାମାରୀ କାରଣରୁ ଭାରତୀୟ ଦଳ ଦ୍ବିପାକ୍ଷିକ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ବିଫଳ ହୁଏ ତେବେ କ୍ରିକେଟ ଅଷ୍ଟ୍ରେଲି 300 ମିଲିୟନ ଡଲାରର କ୍ଷତି ସହିବାକୁ ପଡି଼ବ ।

ବୋର୍ଡର ଆର୍ଥିକ ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି ବୋଲି ପେନ୍ କହିଛନ୍ତି।

ପେନ୍‌ କହିଛନ୍ତି, “ମୁଁ ଭାବୁଛି ବାଣିଜ୍ୟ କ୍ଷେତ୍ରରେ ଅନେକ ପ୍ରଯୋଜକ ବଡ ଆଘାତ ପାଇଛନ୍ତି ଏବଂ ଏହା ନିଶ୍ଚିତ ଭାବେ କିଛି ମାତ୍ରାରେ କ୍ରିକେଟ ଅଷ୍ଟ୍ରେଲିଆକୁ ମଧ୍ୟ ପ୍ରଭାବିତ କରୁଛି ।’’

ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସୀମା ସିଲ୍ କରାଯାଇଛି କିନ୍ତୁ ଭାରତ ଗସ୍ତକୁ ବଞ୍ଚାଇବା ପାଇଁ ସରକାର ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ପହଞ୍ଚିବାକୁ ଅନୁମତି ଦେବା ପାଇଁ ଆନ୍ତର୍ଜାତୀୟ ଛାଡ ପ୍ରଦାନ କରିବାକୁ ଚିନ୍ତା କରୁଛନ୍ତି।

ABOUT THE AUTHOR

...view details