ଓଡିଶା

odisha

ETV Bharat / sports

ଭାରତ ଆଗରେ 273 ବିଜୟ ଲକ୍ଷ୍ୟ, ଦମଦାର ଇନିଂସ ଖେଳିଲେ ଖ୍ୱାଜା

ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ ହରାଇ 272 ରନ କରିଛି କଙ୍ଗାରୁ ଦଳ । ଏହାସହ ଭାରତକୁ ଜିତିବା ପାଇଁ ଦେଇଛି 273 ରନର ବିଜୟ ଲକ୍ଷ୍ୟ ।

By

Published : Mar 13, 2019, 7:18 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

ନୂଆଦିଲ୍ଲୀ: ସରିଲା ଅଷ୍ଟ୍ରେଲିଆର ବ୍ୟାଟିଂ । ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ ହରାଇ 272 ରନ କରିଛି କଙ୍ଗାରୁ ଦଳ । ଏହାସହ ଭାରତକୁ ଜିତିବା ପାଇଁ ଦେଇଛି 273 ରନର ବିଜୟ ଲକ୍ଷ୍ୟ । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ଉସମାନ ଖ୍ୱାଜା ଜବରଦସ୍ତ ଫର୍ମରେ ନଜର ଆସିଥିଲେ ।

106 ବଲରୁ ଶତକ ହାସଲ କରିଛନ୍ତି ଖ୍ୱାଜା । ତେବେ ଦମଦାର ଆରମ୍ଭ ପରେ ମଧ୍ୟ ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଅଷ୍ଟ୍ରେଲିଆର ପାଳିକୁ 272ରେ ସୀମିତ ରଖିଥିଲା । ତେବେ ଭାରତୀୟ ଓପନର ଟିମକୁ କିପରି ଆରମ୍ଭ ଦେଉଛନ୍ତି ତା ଉପରେ ସଭିଙ୍କ ନଜର । ଏହି ମ୍ୟାଚରେ ଟିମରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ତିନୋଟି ଫାଷ୍ଟ ବୋଲରଙ୍କ ସହ କୋହଲି ଆଜିର ମ୍ୟାଚକୁ ଓହ୍ଲାଇଛନ୍ତି । ଏହାସହ କେ.ଏଲ ରାହୁଲଙ୍କ ସ୍ଥାନରେ ଜାଡେଜାଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ତେବେ ଚତୁର୍ଥ ଦିନିକିଆରେ ଭାରତୀୟ ଓପନର ଶିଖର ଧୱନଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଖୁସି ଖବର ।

ABOUT THE AUTHOR

...view details