ଦୁବାଇ:ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଧୀମା ବୋଲିଂ ପାଇଁ ଅଷ୍ଟ୍ରେଲିଆକୁ ଆଇସିସି ଛାଟ । ମଙ୍ଗଳବାର ମେଲବୋର୍ଣ୍ଣରେ ଶେଷ ହୋଇଥିବା ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ ଧୀମା ବୋଲିଂ କରିଥିଲା । ଫଳରେ ଆଇସିସି ଅଷ୍ଟ୍ରେଲୀୟ ଖେଳାଳିଙ୍କ 40 ପ୍ରତିଶତ ମ୍ୟାଚ ଫି କାଟିବା ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପର 4 ପଏଣ୍ଟ କମ କରିଛି ।
ଟିମ ପେନଙ୍କ ଟିମ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଓଭର କମ ବୋଲିଂ କରିଥିବାରୁ ଆଇସିସିର ମ୍ୟାଚ ରେଫ୍ରୀ ଡେଭିଡ ବୁନ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଏନେଇ ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏହା ଆଇସିସିର କୋଡ ଅଫ କଣ୍ଡକ୍ଟ ଧାରା 2.22 ଅନୁଯାୟୀ ଦଣ୍ଡ ବିଧାନ ହୋଇଥିବା ଉଲ୍ଲେଖ ରହିଛି ।