ସିଡନି: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସ ପେରୀ ବୈବାହିକ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି । ରଗବି ୟୁନିୟନ ଖେଳାଳି ମାଟ ତୋମୁଆଙ୍କୁ ଡିସେମ୍ବର 2015ରେ ବିବାହ କରିଥିଲେ ପେରୀ । ପୂର୍ବରୁ ଅଗଷ୍ଟ 2014ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।
"ପରସ୍ପର ପ୍ରତି ଅନେକ ସମ୍ମାନ ରହିଛି । ତେବେ ଅଲଗା ହେବାପାଇଁ ଏହା ପ୍ରକୃତ ସମୟ ।" ଏକ ଖବରକାଗଜକୁ ଏହା କହିଛନ୍ତି ପେରୀ । ଅଲଗା ହେବାର ନିଷ୍ପତି ଉଭୟଙ୍କ ସହମତିରେ ହୋଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ କ୍ରିକେଟ ଆୱାର୍ଡରେ ଯୋଗ ଦେବାକୁ ପେରୀ ଆସିଥିବାବେଳେ, ଉଭୟଙ୍କ ସଂପର୍କ ନେଇ ଚର୍ଚ୍ଚା ହୋଇଥିଲା । ପେରୀଙ୍କୁ 3ୟ ଥର ପାଇଁ ବେଲିଣ୍ଡା କ୍ଳାର୍କ ଆୱାର୍ଡ ମିଳିଥିଲା ।
ଅଲରାଉଣ୍ଡର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ, ଆଇସିସି କ୍ରିକେଟର ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ଟିମ ମହିଳା ଟି20 ବିଶ୍ବକପ ଚମ୍ପିଆନ ହୋଇଥିଲା । ପେରୀ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ