ନୂଆଦିଲ୍ଲୀ: ଫିଟନେସ ଟେଷ୍ଟରେ ପାସ୍ ହେଲେ ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ) ରୋହିତଙ୍କୁ ଫିଟ୍ ଘୋଷଣା କରିଛି । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ସମୟରେ ମାଂଶପେଶୀରେ ଜନିତ ଆହତ ସମସ୍ୟା ଦେଇ ଗତି କରୁଥିଲେ ରୋହିତ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଫିଟନେସ ଟେଷ୍ଟ ପାସ୍ କରିବା ଜରୁରୀ ଥିଲା ।
ରୋହିତ ଶର୍ମା 12 ଡିସେମ୍ବରକୁ ଅଷ୍ଟ୍ରେଲିଆ ଗସ୍ତ କରିବେ । ତେବେ ରୋହିତଙ୍କୁ କୋତୋଟି ଟେଷ୍ଟରେ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳୁଛି ସେ ନେଇ ସ୍ପଷ୍ଟ ହୋଇନାହିଁ ।
ରୋହିତ ଫିଟନେସ ଟେଷ୍ଟରେ ପାସ୍ କରିଛନ୍ତି ଓ ଭବିଷ୍ୟତରେ ରୋହିତଙ୍କ ଖେଳିବା ନେଇ ନିଷ୍ପତ୍ତି ବିସିସିଆଇ ଓ ଚୟନ କମିଟି ଦ୍ବାରା ନିଆଯିବ ବୋଲି ବିସିସିଆଇ ସୁତ୍ରରୁ ଜଣାପଡିଛି ।