ଓଡିଶା

odisha

ମେଲବୋର୍ଣ୍ଣ ଟେଷ୍ଟ ବିଜୟ ଦ୍ବାରଦେଶରେ ଭାରତ

By

Published : Dec 28, 2020, 4:35 PM IST

ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 133/6 ରହିଛି । ଫଳରେ ଘରୋଇ ଦଳ ପାଖରେ ଶେଷ 4ଟି ୱିକେଟ ଥିବାବେଳେ ମାତ୍ର 2 ରନରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

AUS vs IND: India in sight of victory over Australia in 2nd Test
ମେଲବୋର୍ଣ୍ଣ ଟେଷ୍ଟ ବିଜୟ ଦ୍ବାରଦେଶରେ ଭାରତ

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଐତିହାସିକ ବିଜୟ ଦ୍ବାରଦେଶରେ ଭାରତୀୟ ଦଳ । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ମ୍ୟାଚର ପ୍ରଥମ ଦିନରୁ ଚମତ୍କାର ପ୍ରଦର୍ଶନ ସହ ଘରୋଇ ଅଷ୍ଟ୍ରେଲିଆ ଉପରେ ପ୍ରଭାବ ବିସ୍ତାର କରିଛି ଭାରତ । ପ୍ରଥମ ଇଂନିସର ଉପଯୋଗୀ ଅଗ୍ରଣୀ ଓ ବୋଲରଙ୍କ ଘାତକ ବୋଲିଂ ବଳରେ ବିଜୟମୁହାଁ ହୋଇଛି ଭ୍ରମଣକାରୀ ଦଳ । 3ୟ ଦିନର ଖେଳ ଶେଷ ସୁଦ୍ଧା ମେଲବୋର୍ଣ୍ଣ ଟେଷ୍ଟ ଭାରତ କବ୍ଜାରେ ରହିଛି ।

ମେଲବୋର୍ଣ୍ଣ ଟେଷ୍ଟ ବିଜୟ ଦ୍ବାରଦେଶରେ ଭାରତ

ପ୍ରଥମ ଇଂନିସ ପରି ଅଷ୍ଟ୍ରେଲିଆର ଦ୍ବିତୀୟ ଇଂନିସକୁ ମଧ୍ୟ ଶ୍ରୀଘ୍ର ଶେଷ କରିବା ଦିଗରେ ଭାରତୀୟ ବୋଲରଙ୍କ ରଣନୀତି ସଫଳ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 133/6 ରହିଛି । ଫଳରେ ଘରୋଇ ଦଳ ପାଖରେ ଶେଷ 4ଟି ୱିକେଟ ଥିବାବେଳେ ମାତ୍ର 2 ରନରେ ଆଗୁଆ ରହିଛି । ଅଲରାଉଣ୍ଡର କେମରନ ଗ୍ରୀନ 17 ଓ ପାଟ କମିନ୍ସ 15 ରନରେ ଅପରାଜିତ ଅଛନ୍ତି ।

ମେଲବୋର୍ଣ୍ଣ ଟେଷ୍ଟ ବିଜୟ ଦ୍ବାରଦେଶରେ ଭାରତ

ଅଷ୍ଟ୍ରେଲିଆ ପକ୍ଷରୁ ୱିକେଟକିପର ବ୍ୟାଟ୍ସମ୍ୟାନ ମାତ୍ୟୁ ୱେଡ ସର୍ବାଧିକ 40 ରନର ଇଂନିସ ଖେଳିଛନ୍ତି । ମାର୍ନସ ଲବୁସାନ 28 ଓ ଟ୍ରାଭିସ ହେଡ 17 ରନ କରିଛନ୍ତି । ଷ୍ଟିଭ ସ୍ମିଥ, ଜୋ ବର୍ଣ୍ଣସ, କଙ୍ଗାରୁ କ୍ୟାପଟେନ ଟିମ ପେନ ଦୁଇଅଙ୍କ ସ୍ପର୍ଶ କରିପାରି ନାହାଁନ୍ତି । ଏପରିକି ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ଥିବା ସ୍ମିଥ ଚଳିତରେ ସିରିଜରେ ସର୍ବାଧିକ ସ୍କୋର ରହିଛି 8 । ଏହା ବୟାନ କରୁଛି ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ।

ମହମ୍ମଦ ସିରାଜ

ଅଷ୍ଟ୍ରେଲିଆର ଦ୍ବୀତୀୟ ଇଂନିସରେ ସ୍ପିନର ରବିନ୍ଦ୍ର ଜାଡେଜାଙ୍କୁ 2ଟି ୱିକେଟ ଓ ଜଶପ୍ରୀତ ବୁମରା, ଉମେଶ ଯାଦବ, ମହମ୍ମଦ ସିରାଜ, ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ପୂର୍ବରୁ ପ୍ରଥମ ଇଂନିସରେ କଙ୍ଗାରୁ ଦଳକୁ ମାତ୍ର 195 ରନରେ ଅଲଆଉଟ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ ଭାରତୀୟ ବୋଲର । ଜବାବରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ ଓ ଜାଡେଜାଙ୍କ 57 ରନର ଅର୍ଦ୍ଧଶତକୀୟ ଇଂନିସ ଓ ଶୁମନ ଗିଲଙ୍କ 45 ରନର ସହାୟତାରେ ପ୍ରଥମ ଇଂନିସରେ ଭାରତ 326 ରନ କରିଥିଲା । ଫଳରେ 131 ରନର ଉପଯୋଗୀ ପ୍ରଥମ ଇଂନିସ ଅଗ୍ରଣୀ ମିଲିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details