ଆଡିଲେଡ:ଆଡିଲେଷ୍ଟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ । ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତର ସ୍କୋର 9/1 ରହିଛି । ଫଳରେ 62 ରନରେ ଆଗୁଆ ରହିଛି ବିରାଟ ବାହିନୀ । ତେବେ ଓପନର ପୃଥ୍ବୀ ଶ’ଙ୍କ ୱିକେଟ ହରାଇଛି ଦଳ । ଜଶପ୍ରୀତ ବୁମରା ନାଇଟ ୱାଚମ୍ୟାନ ଭାବେ ମୟଙ୍କ ଅଗ୍ରୱାଲଙ୍କ ସହ ଅପରାଜିତ ଫେରିଛନ୍ତି ।
ପୂର୍ବରୁ କ୍ୟାପଟେନ ଟିମ ପେଇନଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ଘରୋଇ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ 191 ରନରେ ଶେଷ ହୋଇଥିଲା । ପିଙ୍କ ବଲରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥିଲେ ଘରୋଇ ଦଳର ବ୍ୟାଟ୍ସମ୍ୟାନ । ଦଳର 6 ଜଣ ଖେଳାଳି ଦୁଇ ଅଙ୍କ ସ୍କୋର ସ୍ପର୍ଶ କରି ପାରିନଥିଲେ ।
ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଉମେଶ ଯାଦବ 3ଟି ଓ ଜଶପ୍ରୀତ ବୁମରା 2ଟି ୱିକେଟ ହାସଲ କରି ଅଷ୍ଟ୍ରେଲିଆ ଇଂନିସକୁ ଶୀଘ୍ର ଶେଷ କରିଥିଲେ । କଙ୍ଗାରୁ କ୍ୟାପେଟନ ଟିମ ପେଇନ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ ସାମ୍ନା କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ମାତ୍ର ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ସାଥ୍ ମିଳିନଥିଲା ।
ଫଳରେ ବର୍ଡର ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ପିଙ୍କ୍ ବଲରେ ଦେଖିବାକୁ ମିଳିଛି ଭାରତୀୟ ବୋଲରଙ୍କ କମାଲ । ଘରୋଇ ଅଷ୍ଟ୍ରେଲିଆକୁ 191 ରନରେ ଅଲଆଉଟ କରିଛି ବିରାଟ ବାହିନୀ । ଫଳରେ ଭାରତକୁ 53 ରନର ପ୍ରଥମ ଇଂନିସ ଅଗ୍ରଣୀ ମିଳିଥିଲା ।
ସ୍ପିନର ରବିଚନ୍ଦ୍ର ଅଶ୍ବିନ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଉମେଶ ଯାଦବ 3ଟି ଓ ଜଶପ୍ରୀତ ବୁମରା 2ଟି ୱିକେଟ ହାଇତେଇଛନ୍ତି । କଙ୍ଗାରୁ କ୍ୟାପଟେନ ଟିମ ପେନଙ୍କ ବ୍ୟତୀତ ଘରୋଇ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମ୍ନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ପେଇନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 73 ରନର ଉପଯୋଗୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।