ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ପିଙ୍କ୍ ବଲ୍ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନ ଖେଳରେ ଚା' ପାନ ବିରତି ସୁଦ୍ଧା ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆର ସ୍କୋର 5 ୱିକେଟ ହରାଇ 92 ରହିଛି ।
ଫଳରେ 100 ରନ ମଧ୍ୟରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂଘର୍ଷ କରୁଛି ଘରୋଇ ଦଳ । ତେବେ ମାର୍ନସ ଲାବୁସାନ 46 ଓ କ୍ୟାପଟେନ ଟିମ ପେଇନ 26 ରନରେ ବ୍ୟାଟିଂ କରୁଛନ୍ତି ।
ପ୍ରଥମ ସେସନରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଦୁଇ ଅଷ୍ଟ୍ରେଲୀୟ ଓପନରଙ୍କୁ ପାଭିଲିୟନ ଫେରାଇଦେଇଥିଲେ । ପରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଘାତକ ବୋଲିଂ ସହ 3ଟି ଶିକାର କରିଥିଲେ । ଏହା ମଧ୍ୟରେ ଷ୍ଟିଭ ସ୍ମିଥଙ୍କ ଗୁରୁତ୍ବପୂର୍ଣ୍ଣ ୱିକଟ ମଧ୍ୟ ସାମିଲ ରହିଛି ।