ଓଡିଶା

odisha

ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ବିରାଟ ଶୀକାର ଲକ୍ଷ୍ୟରେ ଆଡାମ ଜାମ୍ପା - India vs Australia 2nd ODI

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଲେଗ ସ୍ପିନର ଆଡାମ ଜାମ୍ପା ବିରାଟ କୋହଲିଙ୍କ ଦୁର୍ବଳତା ବିଷୟରେ କହିଛନ୍ତି। ଅଧିକ ପଢନ୍ତୁ...

Adam Zampa reveals Kohli's big weakness
ଭାରତ ବନାମ ଅଷ୍ଟ୍ରେଲିଆ

By

Published : Jan 17, 2020, 1:45 PM IST

ରାଜକୋଟ: ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯାଉଛି। କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ଏହି ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି। ଫଳରେ 3 ମ୍ୟାଚ ବିଶିଷ୍ଟ ସିରିଜ ବରାବର ହୋଇପାରିବ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କୋହଲିଙ୍କ ପ୍ରଦର୍ଶନରେ ପ୍ରଭାବ ପକାଉଛି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଅନେକ ପୂର୍ବତନ କ୍ରିକେଟର ଏହି ନିଷ୍ପତ୍ତିରେ ଆପତ୍ତି ଉଠାଇଛନ୍ତି।

ଦିନିକିଆ କ୍ରିକେଟର ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଷ୍ଟ୍ରେଲିଆ ସ୍ପିନର ଆଡାମ ଜାମ୍ପା କଣ୍ଟା ସାଜିଛନ୍ତି। କୋହଲିଙ୍କୁ ସର୍ବାଧିକ ଅଡୁଆରେ ପକାଇଛନ୍ତି ଏହି ବୋଲର। ୱେଷ୍ଟଇଣ୍ଡିଜର ରବି ରାମପାଲଙ୍କ ସହ ଜାମ୍ପା ହ୍ବାଇଟ ବଲରେ ସର୍ବାଧିକ 6 ଥର ଆଉଟ କରିଛନ୍ତି।

ଇଂନିସ ଆରମ୍ଭରୁ ଲେଗ ସ୍ପନରଙ୍କୁ ଖେଳିବାକୁ କୋହଲି ଅସହଜ ମନେକରୁଥିବା ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇଛନ୍ତି ଜାମ୍ପା। 2019ରେ ମୋଟ 4ଥର କୋହଲିଙ୍କୁ ଆଉଟ କରିଥିବା ମଧ୍ୟ କହିଛନ୍ତି ଜାମ୍ପା। କୋହଲିଙ୍କ ଭଳି ବଡ ଖେଳାଳିଙ୍କୁ ଆଉଟ କରିଥିବାରୁ ତାଙ୍କ ମନୋବଳ ବୃଦ୍ଧି ହୋଇଛି ବୋଲି କହିଛନ୍ତି ସେ।

ABOUT THE AUTHOR

...view details