ଓଡିଶା

odisha

ETV Bharat / sports

ଆଇପିଏଲ 2021: ଖାସ୍‌ ରେକର୍ଡ ଠାରୁ ଦୁଇ ୱିକେଟ ଦୂରରେ ଅଶ୍ବିନ

କେବେ ସିଏସକେ ଟିମ୍‌ ପ୍ରମୁଖ ଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚେନ୍ନାଇ ବିପକ୍ଷରେ ଦୁଇଟି ୱିକେଟ ହାସଲ କରିବା ପରେ ତୃତୀୟ ଭାରତୀୟ ବୋଲର ଭାବେ ଟି20 ଫର୍ମାଟରେ 250 ୱିକେଟ ପୂରଣ କରିବେ । ଅଧିକ ପଢନ୍ତୁ...

ASHWIN JUST TWO WICKETS SHORTS TO COMPLETS 250 WICKETS IN T20 FORMAT
ଆଇପିଏଲ 2021: ଖାସ୍‌ ରେକର୍ଡ ଠାରୁ ଦୁଇ ୱିକେଟ ଦୂରରେ ଅଶ୍ବିନ

By

Published : Apr 10, 2021, 5:23 PM IST

ହାଇଦ୍ରାବାଦ: ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲର 14ତମ ସଂସ୍କରଣର ଦ୍ବିତୀୟ ମୁକାବିଲା ଚ଼େନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକ ବଡ ରେକର୍ଡର ଅଧିକାରୀ ହେବାର ମୌକାର ରହିଛି ।

ରବିଚନ୍ଦ୍ରନ ଅଶ୍ବିନ

ଆଜି ସିଏସକେ ବିପକ୍ଷରେ ଯଦି ଅଶ୍ବିନ ଦୁଇଟି ୱିକେଟ ନେବାର ସଫଳ ହୁଅନ୍ତି, ତେବେ ଟି20 କ୍ରିକେଟରେ 250ତମ ୱିକେଟ ହାସଲକାରୀ ବୋଲର ହୋଇଯିବେ । ଏଯାବତ ଅଶ୍ବିନ , ଟି20 ଫର୍ମାଟରେ 147 ମୁକାବିଲା ଖେଳିଛନ୍ତି ଓ 248 ଖେଳାଳିଙ୍କୁ ଆଉଟ କରି ପାଭିଲିଅନର ରାସ୍ତା ଦେଖାଇଛନ୍ତି ।

34 ବର୍ଷୀୟ ଅଫ୍‌ସ୍ପିନ ବୋଲର ଅଶ୍ବିନ ବର୍ଷ 2007ରେ ନିଜର ପ୍ରଥମ ଟି20 ମ୍ୟାଚ ଖେଳିଥିଲେ । ପରେ 2010ରେ ଜିମ୍ବାୱେ ବିପକ୍ଷରେ ଟିମ ଇଣ୍ଡିଆରେ ଅନ୍ତର୍ଜାତୀୟ ଟି20 ଡେବ୍ୟୁ କରିଥିଲେ । ଆଇପିଏଲରେ ଅଶ୍ବିନ ପ୍ରଥମ ମ୍ୟାଚ ସିଏସକେ ପକ୍ଷରୁ 2009ରେ ଖେଳିଥିଲେ । ଆଇପିଏଲରେ ଅଶ୍ବିନ, ଚେନ୍ନାଇ ସୁପର କିଙ୍ଗ୍ସ, ରାଇଜିଂ ପୁନେ ସୁପରଜାୟଣ୍ଟ, ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିସାରିଛନ୍ତି ।

କେବେ ସିଏସକେର ପ୍ରମୁଖ ଥିବା ଅଶ୍ବିନ ଆଜି ଦିଲ୍ଲୀ ପକ୍ଷରୁ ଖେଳି ଚେନ୍ନାଇ ବିପକ୍ଷରେ ଦୁଇ ୱିକେଟ ହାସଲ କରିବାପରେ, ପିୟୁଷ ଚାୱଲା ଓ ଅମିତ ମିଶ୍ରଙ୍କ ପରେ ତୃତୀୟ ଭାରତୀୟ ବୋଲର ଭାବେ ଟି20 ଫର୍ମାଟରେ 250 ୱିକେଟ କ୍ଳବରେ ସାମିଲ ହେବେ ।

  • ପିୟୁଷ ଚାୱଲା - ମ୍ୟାଚ: 249, ୱିକେଟ: 262
  • ଅମିତ ମିଶ୍ର - ମ୍ୟାଚ 232, ୱିକେଟ: 256
  • ରବିଚନ୍ଦ୍ରନ ଅଶ୍ବିନ - ମ୍ୟାଚ 247, ୱିକେଟ: 248*
  • ହରଭଜନ ସିଂହ - ମ୍ୟାଚ: 265, ୱିକେଟ: 235

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details