ଓଡିଶା

odisha

ETV Bharat / sports

ଏସିଆ କପ ବାତିଲ, ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ - ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

ଏସିଆ କପ୍‌ ବାତିଲ ହୋଇଥିବା ନେଇ ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ...

Asia Cup has been cancelled says BCCI President Ganguly
ବାତିଲ ହେଲା ଏସିଆ କପ: ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

By

Published : Jul 8, 2020, 9:05 PM IST

କୋଲକାତା: କୋଭିଡ-19 ମହାମାରୀ ଯୋଗୁଁ ଚଳିତ ବର୍ଷ ଏସିଆ କପ ବାତିଲ ହୋଇଥିବା ନେଇ ବୁଧବାର ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏକ ଇନଷ୍ଟାଗ୍ରାମ ଚାଟ୍ ସୋ ରେ ଗାଙ୍ଗୁଲି କହିଛନ୍ତି ଯେ ଏସିଆ କପ ବାତିଲ କରାଯାଇଛି ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ବାଂଲାଦେଶ କ୍ରିକେଟ ବୋର୍ଡ ଏନେଇ ଏସିଆନ କ୍ରିକେଟ କାଉନସିଲ ଠାରୁ କୌଣସି ସୂଚନା ପାଇ ନଥିବା କହିଛନ୍ତି । ସେପ୍ଟେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ହେବାର ଥିଲା । ପାକିସ୍ତାନ ପ୍ରଥମେ ଏହାର ଆୟୋଜକ ଥିଲା କିନ୍ତୁ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା ।

ଏହା କହିବା କଷ୍ଟକର ଯେ ଭାରତର ପ୍ରଥମ ଅନ୍ତର୍ଜାତୀୟ ସିରିଜ କେଉଁଟା ହେବ । ଆମେ ଆମର ପ୍ରସ୍ତୁତି କରିଛୁ କିନ୍ତୁ ସରକାରୀ ନିୟମ ଜାଣିବା ପର୍ଯ୍ୟନ୍ତ ଆମେ ଅଧିକ କିଛି କରିପାରିବୁ ନାହିଁ। ଆମେ ତର ତର ହେଉ ନାହୁଁ କାରଣ ଖେଳାଳିଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ ଆମେ ସମସ୍ତ ଜିନିଷ ଉପରେ ନଜର ରଖିଛୁ ବୋଲି ବୁଧବାର 48 ବର୍ଷ ବୟସରେ ପାଦ ଦେଇଥିବା ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲି କହିଛନ୍ତି ।

IANS ପୂର୍ବରୁ ରିପୋର୍ଟ କରିଥିଲା ​​ଯେ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ PCBକୁ ସୁହାଉଥିବା ୱିଣ୍ଡୋ ଭାରତୀୟ ବୋର୍ଡ ସହିତ ମେଳ ଖାଉ ନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ ଖାନ କହିଥିଲେ ଯେ ଏସିଆ କପ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଅନୁଷ୍ଠିତ ହେବ।

ଏ ବିଷୟରେ ଜାଣିଥିବା ଜଣେ ବିସିସିଆଇ କାର୍ଯ୍ୟକର୍ତ୍ତା IANS କୁ କହିଥିଲେ ଯେ PCB ଆସନ୍ତା ସିଜନରେ ପାକିସ୍ତାନ ସୁପର ଲିଗ୍ (PSL) କୁ ସ୍ଥଗିତ ରଖିବାକୁ ମଧ୍ୟ ନିଷ୍ପତ୍ତି ନେଇପାରେ । ସେହି ୱିଣ୍ଡୋରେ ଏସିଆ କପ ଆୟୋଜନ କରିପାରିବ । ଏହା ପରେ ବିସିସିଆଇ କ୍ୟାଲେଣ୍ଡରକୁ ସଜାଡିବା ଏବଂ ଏସିଆ କପରେ ଖେଳିବା ଉପରେ ଦୃଷ୍ଟି ଦେଇପାରେ ।

@IANS

ABOUT THE AUTHOR

...view details