ଓଡିଶା

odisha

By

Published : Sep 21, 2020, 12:01 PM IST

ETV Bharat / sports

ଆଇପିଏଲ 2020: ଆହତ ଅଶ୍ବିନଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଅଧିନାୟକ ଶ୍ରେୟସ

ଆଇପିଏଲର 2ୟ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଫିଲ୍ଡିଂ ସମୟରେ ଅଶ୍ବିନଙ୍କ କାନ୍ଧରେ ଆଘାତ ଲାଗିଛି । କିନ୍ତୁ ଅଶ୍ବିନ ଆଗାମୀ ମ୍ୟାଚ ପୂର୍ବରୁ ଫିଟ ହୋଇଯାଇଥିବେ ବୋଲି କହିଛନ୍ତି ।

ଆଇପିଏଲ 2020: ଆହତ ଅଶ୍ବିନଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଅଧିନାୟକ ଶ୍ରେୟସ
ଆଇପିଏଲ 2020: ଆହତ ଅଶ୍ବିନଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଅଧିନାୟକ ଶ୍ରେୟସ

ଦୁବାଇ: ଦିଲ୍ଲୀ କପିଟାଲ୍ସର ସ୍ପିନର ଆର ଅଶ୍ବିନ ପଞ୍ଜାବ ସହ ମ୍ୟାଚ ଖେଳୁଥିବା ସମୟରେ ଆହତ ହୋଇଛନ୍ତି । ଆଇପିଏଲର 2ୟ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଫିଲ୍ଡିଂ ସମୟରେ ଅଶ୍ବିନଙ୍କ କାନ୍ଧରେ ଆଘାତ ଲାଗିଥିଲା । ତାଙ୍କୁ ପଡିଆରୁ ଫିଜିଓ ଡ୍ରେସିଂ ରୁମକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତେବେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ବିଜୟ ପରେ କହିଛନ୍ତି ଯେ, ଅଶ୍ବିନ କହିଛନ୍ତି ସେ ଆଗାମୀ ମ୍ୟାଚ ପୂର୍ବରୁ ଫିଟ ହୋଇଯିବେ । କିନ୍ତୁ ଅନ୍ତିମ ନିଷ୍ପତ୍ତି ଫିଜିଓଙ୍କର ରହିବ । ସେ ଆହତ ହେବା ପରେ ଅକ୍ଷର ପଟେଲ ସାନଦାର ବୋଲିଂ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@DelhiCapitals

ସୂଚନାଥାଉକି, ଆଇପିଏଲର ଏହି 2ୟ ମ୍ୟାଚରେ ସୁପରଓଭରରେ ପଞ୍ଜାବକୁ ମାତ୍‌ ଦେଇଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍ସ ତା'ର ପରବର୍ତ୍ତୀ ମ୍ୟାଚ 25ସେପ୍ଟେମ୍ବରକୁ ଦୁବାଇରେ ଚେନ୍ନାଇ ବିପକ୍ଷରେ ଖେଳିବ ।

ABOUT THE AUTHOR

...view details