ଓଡିଶା

odisha

ETV Bharat / sports

ତାମିଲନାଡୁ ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ମାଗିଲେ ଧୱନ ଓ ଅଶ୍ବିନ - ଶିଖର ଧୱନ

ତାମିଲନାଡୁ ପୋଲିସ ହେପାଜତରେ ହୋଇଥିବା ଦୁଇ ବାପା ପୁଅଙ୍କ ମୃତ୍ୟୁ ଘଟଣାରେ ସେମାନଙ୍କ ପରିବାର ପାଇଁ ନ୍ୟାୟ ମାଗିଲେ ଶିଖର ଧୱନ ଓ ରବିଚନ୍ଦ୍ରନ ଅଶ୍ବିନ । ଅଧିକ ପଢ଼ନ୍ତୁ...

Ashwin, Dhawan, justice in TN custodial death case, ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ମିଳୁ, ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ମାଗିଲେ ଧୱନ ଓ ଅଶ୍ବିନ, ବିଚନ୍ଦ୍ରନ ଅଶ୍ବିନ, ଶିଖର ଧୱନ, justiceForJeyarajAndFenix
ତାମିଲନାଡୁ ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ମାଗିଲେ ଧୱନ ଓ ଅଶ୍ବିନ

By

Published : Jun 28, 2020, 1:13 AM IST

ନୂଆଦିଲ୍ଲୀ: ତାମିଲନାଡୁର ଥୋଥୁକୁଡି ଜିଲ୍ଲାର ପୋଲିସ ହେପାଜତରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ଦୋକାନୀ ଜୟରାଜ ଏବଂ ତାଙ୍କ ପୁଅ ଫେନିକ୍ସଙ୍କ ଶୋକସନ୍ତପ୍ତ ପରିବାର ପାଇଁ ନ୍ୟାୟ ମାଗିଛନ୍ତି ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ ଏବଂ ଶିଖର ଧୱନ ।

ଅଶ୍ବିନ ଟ୍ବିଟ କରି କହିଛନ୍ତି ଯେ, ‘‘ପ୍ରତ୍ୟେକ ଜୀବନ ଗୁରୁତ୍ବପୂର୍ଣ୍ଣ ଅଟେ। ଆମେ ନିଶ୍ଚିତ କରିବା ଉଚିତ ଯେ ଏହି ବର୍ବରତା କାର୍ଯ୍ୟ ନ୍ୟାୟ ସହିତ ସମାପ୍ତ ହେବ, ଏବଂ ମୁଁ ନିଶ୍ଚିତ ନୁହେଁ ଯେ ଜୟରାଜା ଓ ଫେନିକ୍ସଙ୍କ ପରିବାର ପାଇଁ ନ୍ୟାୟ କୌଣସି ସାନ୍ତ୍ବନା ହେବ । ତଥାପି ମୋ ଭାବନା ସେମାନଙ୍କ ସହିତ ଅଛି।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଆଶା କରୁଛି ଆମେ ହ୍ୟାସଟ୍ୟାଗ ଅପେକ୍ଷା ଜୀବନକୁ ଅଧିକ ମୂଲ୍ୟ ଦେବା ଏବଂ ଆନ୍ତରିକତାର ସହ ଆଶା କରୁଛି ଯେ ଏହା ହେଉଛି ସେହି ଶେଷ ହ୍ୟାସଟ୍ୟାଗ ମଧ୍ୟରୁ ଗୋଟିଏ ଯାହାକି ଆମକୁ ବ୍ୟବହାର କରିବାକୁ ହେବ #JusticeForJeyarajAndFenix ।’’

ତାମିଲନାଡୁ ପୋଲିସର ଉତ୍ତରଦାୟିତ୍ବ ପାଇଁ ବିଭିନ୍ନ ବର୍ଗର ଲୋକେ ସୋସିଆଲ ମିଡିଆରେ ଅନଲାଇନ ବିକ୍ଷୋଭରେ ଯୋଗଦେବା ପରେ #JusticeForJeyarajAndFenix ଟ୍ରେଣ୍ଡ କରିଥିଲା ।

‘‘ତାମିଲନାଡୁର ଜୟରାଜ ଏବଂ ଫେନିକ୍ସ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ଶୁଣି ମର୍ମାହତ ହୋଇଛି। ଆମକୁ ସ୍ବର ଉତ୍ତୋଳନ କରିବା ଉଚିତ ଏବଂ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ନିଶ୍ଚିତ ହେବା ଆବଶ୍ୟକ। #JusticeForJeyarajAndFenix’’ ବୋଲି ଧୱନ ଟ୍ବିଟ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋରୋନା ଲକଡାଉନ ଯାହା ଏବେ ମଧ୍ୟ ରାଜ୍ୟରେ ଲାଗୁ ଅଛି, ସେହି ସମୟରେ ନିର୍ଦ୍ଧାରିତ ସମୟ ପରେ ବି ଦୋକାନ ଖୋଲା ରଖିବା ଅଭିଯୋଗରେ ଦୁହି ବାପା ପୁଅଙ୍କୁ ଗିରଫ କରିଥିଲା ପୋଲିସ ।

ଉଭୟଙ୍କୁ ପୋଲିସ ହେପାଜତରେ ରଖାଯାଇଥିବା ବେଳେ ଦୁଇ ଦିନ ପରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

@IANS

ABOUT THE AUTHOR

...view details