ଓଡିଶା

odisha

ଆସେସ: 3ୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା, ଆଣ୍ଡରସନ ବାଦ

By

Published : Aug 19, 2019, 11:12 PM IST

ଆସେସ 2019ର 3ୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା କରିଛି । ଦଳରେ ଆଣ୍ଡରସନଙ୍କୁ ସ୍ଥାନ ମିଳିନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଲଣ୍ଡନ: ଆସେସ 2019ର 3ୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଦଳରେ ଆଣ୍ଡରସନଙ୍କୁ ସ୍ଥାନ ମିଳିନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ତେବେ ଓପନର ବ୍ୟାଟ୍ସମ୍ୟାନ ଜେସନ ରୟ, ଜୋ ଡେନଲି ଦଳରେ ସ୍ଥାନ ବଜାୟ ରଖିଛନ୍ତି । 2ୟ ଟେଷ୍ଟରେ ଡେନଲି ଏକ ଅବିଶ୍ବସନୀୟ କ୍ୟାଚ ନେଇ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେଇନଙ୍କୁ ଆଉଟ କରିଥିଲେ ।

ଯୁବ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଆଣ୍ଡରସନଙ୍କ ସ୍ଥାନ ନେଇଛନ୍ତି । ଡେବ୍ୟୁ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରି ଇଂଲିସ କ୍ୟାମ୍ପର ଭରଷା ଜିତିଛନ୍ତି । ଆର୍ଚର ଏକ ଜବରଦସ୍ତ ବାଉନ୍ସର ମାରି କଙ୍ଗାରୁ କ୍ଳାସି ସ୍ମିଥଙ୍କୁ ଆହତ କରିଦେଇଥିଲେ । ପରେ ସ୍ମିଥ ମ୍ୟାଚରୁ ବାଦ ପଡିଥିଲେ । 3ୟ ଟେଷ୍ଟ ଅଗଷ୍ଟ 26ରୁ ସେପ୍ଟେମ୍ବର 4ପର୍ଯ୍ୟନ୍ତ ଖେଳାଯିବ ।

ଇଂଲଣ୍ଡ ଦଳ: ଜୋ ରୁଟ(କ୍ୟାପଟେନ), ଜୋଫ୍ରା ଆର୍ଚର, ଜନ୍ନି ବେଆରଷ୍ଟୋ(ୱିକେଟକିପର), ଷ୍ଟୁଆର୍ଟ ବ୍ରଡ, ରରି ବର୍ଣ୍ଣ୍ସ, ଜସ ବଟଲର, ସାମ କରନ, ଜୋ ଡେନଲି, ଡାକ ଲିଚ, ଜେସନ ରୟ, ବେନ ଷ୍ଟୋକସ, କ୍ରିସ ଓର୍କ୍ସ ।

ABOUT THE AUTHOR

...view details