ଓଡିଶା

odisha

ETV Bharat / sports

ଆସେସ ସିରିଜ: ପ୍ରଥମ ଟେଷ୍ଟରେ ଅତିଥି ଅଷ୍ଟ୍ରେଲିଆର ବୃହତ ବିଜୟ - ଅଷ୍ଟ୍ରେଲିଆର ବୃହତ ବିଜୟ

ଆସେସ ସିରିଜର ପ୍ରଥମ ମ୍ୟାଚକୁ 251ରନରେ ଜିତି ନେଇଛି ଅତିଥି ଅଷ୍ଟ୍ରେଲିଆ । ଅନ୍ୟପଟେ ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଦୀର୍ଘ 19 ବର୍ଷ ପରେ କୌଣସି ମ୍ୟାଚ ଜିତିଛି ଅଷ୍ଟ୍ରେଲିଆ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Aug 5, 2019, 10:48 PM IST

ବର୍ମିଂହାମ୍: 251ରନର ବୃହତ ବ୍ୟବଧାନରେ ଅତିଥି ଅଷ୍ଟ୍ରେଲିଆ ଜିତିଛି ଆସେସ ସିରିଜର ପ୍ରଥମ ଟେଷ୍ଟ । 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ର ଅଗ୍ରଣୀ ଲାଭ କରିଛି କଙ୍ଗରୁ ଦଳ । ତେବେ ସବୁଠାରୁ ବଡ କଥା ହେଲା, ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଦୀର୍ଘ 19 ବର୍ଷ ପରେ କୌଣସି ମ୍ୟାଚ ଜିତିଛି ଅଷ୍ଟ୍ରେଲିଆ । ପୂର୍ବରୁ 2001 ମସିହାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱେ ଏଠାରେ ଏକ ଟେଷ୍ଟ ମ୍ୟାଚ ଜିତିଥିଲେ । ଏଥି ସହିତ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପ୍ରଥମ ଦଳ ଭାବେ 24 ପଏଣ୍ଟ ହାସଲ କରିଛି । ତେବେ ପ୍ରଥମ ଇଂନିସରେ ଅଗ୍ରଣୀ ଥିବା ସତ୍ତ୍ବେ ମ୍ୟାଚରେ ପରାଜୟ ପାଇଛି ଘରୋଇ ଇଂଲଣ୍ଡ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ 2ୟ ଇଂନିସରେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଆଗରେ 398ରନର ବିଜୟ ଲକ୍ଷ୍ୟ ସେଟ କରିଥିଲା କଙ୍ଗାରୁ ଦଳ । ମାତ୍ର ଦଳର ଦୁଇ ବୋଲର ନାଥନ୍ ଲାୟନ୍ ଓ ପ୍ୟାଟ୍ କ୍ୟୁମିନ୍ସଙ୍କ ଘାତକ ବୋଲିଂ ବଳରେ ମାତ୍ର 146ରନରେ ଧରାଶାୟୀ ହୋଇଥିଲା ଘରୋଇ ଇଂଲଣ୍ଡ । 2ୟ ଇନିଂସ ବୋଲିଂରେ ଅତିଥି ଦଳ ପକ୍ଷରୁ ଲାୟନ୍ 49ରନ ବ୍ୟୟରେ ୬ଟି ଓ କ୍ୟୁମିନ୍ସ ୩୨ ବ୍ୟୟରେ ୪ଟି ୱିକେଟ୍ ହାତେଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଅନ୍ୟପଟେ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିବା ଷ୍ଟିଭେନ ସ୍ମିଥଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ସ୍ମଥ ପ୍ରଥମ ଅଷ୍ଟ୍ରେଲିଆନ କ୍ରିକେଟର ଭାବେ ଗୋଟିଏ ଟେଷ୍ଟ ମ୍ୟାଚର ଦୁଇଟି ଇଂନିସରେ ଦୁଇଟି ଶତକ ଯୋଡିଛନ୍ତି । ଏଥି ସହିତ ଟେଷ୍ଟ କ୍ରିକେଟରେ 25ଟି ଦୃତତମ ଶତକ ଯୋଡି ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ।

ତେବେ ପ୍ରଥମ ଇଂନିସରେ ଆଗ୍ରଣୀ ଥିବା ଘରୋଇ ଇଂଲଣ୍ଡ 2ୟ ଇଂନିସରେ ଖରାପ ପ୍ରଦର୍ଶନ କରିଥିଲା । 398ରନର ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ମାତ୍ର 12ରନରେ 4ଟି ୱିକେଟ ହରାଇ ବସିଥିଲା । ପରେ ଲଞ୍ଚ ବ୍ରେକ ଶେଷ କରି ଆଉ 3ଟି ୱିକେଟ ହରାଇ ସଂକଟରେ ପଡିଥିଲା ଘରୋଇ ଦଳ । ତେବେ ଦଳ ପକ୍ଷରୁ କ୍ରିସ ୱେକ୍ସ ସର୍ବାଧିକ 73ରନ କରିଛନ୍ତି । ଅନ୍ୟପକ୍ଷରେ 6 ଜଣ ଖେଳାଳି ଦୁଇ ଅଙ୍କ ଛୁଇ ପାରି ନାହାଁନ୍ତି ।

ଆସନ୍ତା 14ତାରିଖରେ ସିରିଜର 2ୟ ମ୍ୟାଚ ଖେଳାଯିବ ।

ABOUT THE AUTHOR

...view details