ଓଡିଶା

odisha

51 ବର୍ଷରେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା, ସ୍ମୃତିରେ 4 ଶତକ

By

Published : May 2, 2020, 2:39 PM IST

51 ବର୍ଷରେ ପାଦ ଥାପିଛନ୍ତି ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ବ୍ରାଏନ ଲାରା । ଜନ୍ମଦିନରେ ଶୁଭେଚ୍ଛା ସହ ଇଂଲଣ୍ଡ ବିପକ୍ଷରେ 400 ରନର ବିଶ୍ବରେକର୍ଡ ଟେଷ୍ଟ ଇନିଂସକୁ ମନେପକାଇଛନ୍ତି ଫ୍ୟାନ୍ସ ।

As Brian Lara turns 51, let's relive his 400-run knock against England
51 ବର୍ଷରେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା, ସ୍ମୃତିରେ 400 ରନ

ହାଇଦ୍ରାବାଦ: 51 ବର୍ଷରେ ପାଦ ଥାପିଛନ୍ତି ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ବ୍ରାଏନ ଲାରା । ଜନ୍ମଦିନରେ ଶୁଭେଚ୍ଛା ସହ ଇଂଲଣ୍ଡ ବିପକ୍ଷରେ 400 ରନର ବିଶ୍ବରେକର୍ଡ ସର୍ବାଧିକ ଟେଷ୍ଟ ରନର ଇନିଂସକୁ ମନେପକାଇଛନ୍ତି ଫ୍ୟାନ୍ସ ।

ବର୍ଷ 2004ରେ ଇଂଲଣ୍ଡ ଟିମ ୱେଷ୍ଟଇଣ୍ଡିଜ ଗସ୍ତରେ ଘଟିଥିଲା ଏହି ସ୍ମରଣୀୟ କ୍ରିକେଟ ଘଟଣା । 4ଟି ଟିକିଆ ଟେଷ୍ଟ ସିରିଜର 4ର୍ଥ ଟେଷ୍ଟରେ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ବ୍ରାଏଲ ଲାରା ଖେଳିଥିଲେ 400 ରନର ରେକର୍ଡ ଇଂନିସ । ଯେବେ ଲାରା କ୍ରିଜକୁ ବ୍ୟାଟିଂ ପାଇଁ ପହଞ୍ଚିଥିଲେ ସେତେବେଳେ, ୱେଷ୍ଟଇଣ୍ଡିଜର ସ୍କୋର ଥିଲା 98/2 ।

ତେବେ ଏହାପରେ ଆଣ୍ଟିଗୁଆ ଷ୍ଟାଡିୟମରେ ଯାହା ଘଟିଥିଲା ତାହା କ୍ରିକେଟ ଇତିହାସରେ ସ୍ମରଣୀୟ ହୋଇ ରହିଛି । 43 ଚୌକା ଓ 4 ଛକା ସହାୟତାରେ 400 ରନ ଏକାକି ସଂଗ୍ରହ କରିଥିଲେ ବ୍ରାଏନ ଲାରା । ୱେଷ୍ଟଇଣ୍ଡିଜର ସ୍କୋର 751/7ରେ ପହଞ୍ଚିଥିଲା । ଲାରାଙ୍କ ଏହି ସ୍କୋର ଟେଷ୍ଟ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ରହିଛି ।

ABOUT THE AUTHOR

...view details