ନୂଆଦିଲ୍ଲୀ: କୋଭିଡ 19 ପଜିଟିଭ ଚିହ୍ନଟ ହେବାପରେ ରବିବାର ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଚେତନ ଚୌହାନ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ସେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ନିଜର ଓପନର ଯୋଡିଦାର ଚେତନ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଗାଭାସ୍କର କହିଛନ୍ତି ଯେ, ଆଜା, ଆଜା, ଗଲେ ମିଲ, ଆମେ ଆମ ଜୀବନର ଅନିର୍ବାଯ୍ୟ ଓଭର ଖେଳୁଛୁ । ଗତ 2ଦିନ 3 ବର୍ଷ ହେବ ଆମେ ଯେତେବେଳେ ଭେଟୁ ସେ ଏପରି ଅଭିବାଦନ କରୁ । ଫିରୋଜଶାହା କୋଟଲା ଷ୍ଟାଡିୟମ ଏପରି ଦୁହେଁ ଭେଟୁ । ମୁଁ ଯେତେବେଳେ କୋଳାଗ୍ରତ କରି ଚେତନଙ୍କୁ କହେ, ଆମକୁ ଆଉ ଏକ ଶତକୀୟ ପାଳି ଖେଳିବାର ଅଛି । ସେତେବେଳେ ସେ ହସୁଥିଲା ଓ କହୁଥିଲା, ଆରେ ବାବା ତମେ ଶତକୀୟ ପାଳି ଖେଳୁଥିଲ, ମୁଁ ନୁହେଁ ।
ମୁଁ କେବେ ବି ଭାବି ନଥିଲି ଜୀବନର ଅନିର୍ବାଯ୍ୟ ଓଭରକୁ ନେଇ ଚେତନର କଥା ଏତେ ଶୀଘ୍ର ସତ ହେଇ ଯିବ । ମତେ ବିଶ୍ବାସ ବି ହେଉ ନାହିଁ ଯେବେ ମୁଁ ଦିଲ୍ଲୀ ଯିବି ଚେତନର ହସ ଓ ଥଟ୍ଟା ଦେଖିବାକୁ ପାଇବି ନାହିଁ । ଗାଭାସ୍କର ଶତକୀୟ ପାଳିକୁ ନେଇ କହିଛନ୍ତି ଯେ, ମୋ ପାଇଁ ସେ 2ଥର ଶତକୀୟ ପାଳି କରୁକରୁ ଆଉଟ ହୋଇଯାଇଛି । 2ଥର ଅଷ୍ଟ୍ରେଲିଆରେ 1980-81 ସିରିଜ ସମୟରେ ହିଁ ହେଇଛି । ଏଡିଲେଡରେ 2ୟ ଟେଷ୍ଟରେ ଚେତନ 97ରନ କରି କ୍ରିଜରେ ଥିଲା ମୁଁ ସେତେବେଳେ ଟିଭିରେ ଦେଖୁଥିଲେ । ମୋ ସାଥୀ ଖେଳାଳିମାନେ ମତେ ବାଲକନୀକୁ ନେଇ ଗଲେ ଓ କହିଲେ ତମ ଯୋଡିଦାରଙ୍କୁ ଉତ୍ସାହିତ କର ।