ମୁମ୍ବାଇ:ସିନିୟର ମୁମ୍ବାଇ ଟିମରେ ଡେବ୍ୟୁ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଶୁକ୍ରବାର ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ହରିୟାଣା ବିପକ୍ଷରେ ଅର୍ଜୁନଙ୍କୁ ମୁମ୍ବାଇ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଶରଦ ପାୱର କ୍ରିକେଟ ଏକାଡେମୀ, BKC ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ସ୍କ୍ବାଡରେ ଅର୍ଜୁନଙ୍କୁ ସାମିଲ କରାଯାଇଥିଲା । ତେବେ ପ୍ରଥମ ଦୁଇଟି ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇର ତୃତୀୟ ମ୍ୟାଚରେ ସୁଯୋଗ ପାଇଛନ୍ତି ଅର୍ଜୁନ ।