ହାଇଦ୍ରାବାଦ: କୋଲକାତା ନାଇଟ୍ ରାଇଡର୍ସ ଷ୍ଟାର୍ ପାୱାର୍ ହିଟର୍ ଆଣ୍ଡ୍ରେ ରସେଲଙ୍କ ପତ୍ନୀ ଜୈସମ ଲୋରା ଟ୍ରୋଲରଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ତେବେ ରସେଲ ଫର୍ମରେ ନ ଥିବାରୁ ସେ ରସେଲଙ୍କ ସ୍ତ୍ରୀଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ । ଯାହାର କଡା ଜବାବ ରଖିଛନ୍ତି ରସେଲଙ୍କ ପତ୍ନୀ ।
ରସେଲ ଖେଳିଥିବା 4ଟି ଇନିଂସରେ ସେ ଏପର୍ଯ୍ୟନ୍ତ 11, 24, 13 ଏବଂ 2 ରନ୍ ସ୍କୋର କରି ପାରିଛନ୍ତି । ସେ ଆଇପିଏଲ୍ 2020 ରେ ବ୍ୟାଟ୍ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଜଣେ ପ୍ରଶଂସକ ଏହି ପ୍ରସଙ୍ଗରେ ରସେଲଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ଏକ ମନ୍ତବ୍ୟ ଦେଇଥିଲେ । ଜସାମ ଲୋରାଙ୍କ ଫଟୋ ଉପରେ ଉକ୍ତ ଟ୍ରୋଲର ଏକ ଖରାପ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଲୋରା ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି ।
ଟ୍ରୋଲର ଲେଖିଛନ୍ତି, ‘‘ଦୟାକରି ଜୈସମ ମାଉସୀ ଆପଣ ଦୁବାଇ ଯାଆନ୍ତୁ, ରସେଲ ଭଲ ଫର୍ମରେ ନାହାଁନ୍ତି ।’’