ଓଡିଶା

odisha

ETV Bharat / sports

‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, କୋରୋନା ପଜିଟିଭ ଖବର ମିଛ’ - ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି

ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି କୋରୋନା ପଜିଟିଭ ଖବର ମିଛ ବୋଲି କହିଛି ସିଏବି । ନିଜେ ମଧ୍ୟ ଖବରକୁ ମିଛି ବୋଲି କହିଲେ ସ୍ନାହାଶିଷ । ଅଧିକ ପଢ଼ନ୍ତୁ...

Am perfectly healthy, news about illness baseless, Snehasish Ganguly, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି, ସ୍ନେହାଶିଷ ଗାଙ୍ଗୁଲି କୋରୋନା ପଜିଟିଭ ହେବା ଖବର ମିଛ
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି

By

Published : Jun 20, 2020, 7:31 PM IST

କୋଲକାତା: କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କ କୋରୋନା ଆକ୍ରାନ୍ତ ହୋଇଥିବା କଥାକୁ ଖଣ୍ଡନ କରିଛି । ପୂର୍ବତନ ଫାଷ୍ଟ କ୍ଲାସ କ୍ରିକେଟର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କହିଛି ସିଏବି ।

‘‘ଏଠାରେ ସୂଚାଇ ଦିଆଯାଉଛି ଯେ ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର କୋରୋନା ପଜିଟିଭ ହେବା ଖବର ମିଛ ।’’

‘‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଆଉ ମୁଁ ସବୁଦିନ ଅଫିସ କାମ କରୁଛି । ମୁଁ ଅସୁ୍ସଥ ଥିବା ନେଇ ଘୁରି ବୁଲୁଥିବା ଖବର ଏମିତି ସମୟରେ ଆସିବ ବୋଲି ଆଶା କରି ନଥିଲି,’’ ବୋଲି ସ୍ନେହାଶିଷ ଏକ ବିବୃତ୍ତିରେ କହିଛନ୍ତି । ‘‘ଆଶା କରୁଛି ଏହା ପରେ ଏପରି ଅସତ୍ୟ କଥା ଉପର ରୋକ ଲାଗିବ’’ କହିଛନ୍ତି ସ୍ନେହାଶିଷ ।

ସେପଟେ ଗାଙ୍ଗୁଲିଙ୍କ ପରିବାର ସଦସ୍ୟଙ୍କ କୋଭିଡ଼-19 ପାଇଁ ପଜିଟିଭ୍ ପରୀକ୍ଷା ହୋଇଥିବା ଖବର ଆସିଛି ।

@IANS

ABOUT THE AUTHOR

...view details