ଓଡିଶା

odisha

ETV Bharat / sports

ଗୋଲାପୀ ରଙ୍ଗରେ ଝଲସୁଛି ଇଡେନ ଗାର୍ଡେନ - ଖେଳ ଖବର

ବାଂଲାଦେଶ-ଭାରତ ଦିବାରାତ୍ର ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ଇଡେନ ଗାର୍ଡେନ। ଗୋଲାପୀ ରଙ୍ଗରେ ଝଲସୁଛି ଷ୍ଟାଡିଅମ । ଆଗକୁ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 22, 2019, 12:41 PM IST

କୋଲକାତା : ଆଜି ବାଂଲାଦେଶ-ଭାରତ ମଧ୍ୟରେ ଖେଳାଯିବ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ। ଏଥିପାଇଁ ପ୍ରସ୍ତୁତ କୋଲକାତାର ଇଡେନ ଗାର୍ଡେନ। ଗୋଲାପୀ ରଙ୍ଗରେ ସୁସଜ୍ଜିତ ହୋଇଛି ପୂରା ଷ୍ଟାଡିୟମ । ପ୍ରଥମ ଥର ପାଇଁ ପିଙ୍କ ବଲରେ ଖେଳାଯିବ ମ୍ୟାଚ । ଏଥିନେଇ ଖୁବ ଉତ୍ସାହିତ ଅଛନ୍ତି କ୍ରିକେଟପ୍ରେମୀ । ଉଭୟ ଭାରତ ଓ ବାଂଲାଦେଶ ଖେଳାଳିଙ୍କ ମଧ୍ୟରେ ମଧ୍ୟ ଦେଖା ଦେଇଛି ଉତ୍ସାହ ଓ ରୋମାଞ୍ଚ ।

2015ରେ ପ୍ରଥମ ଦିବାରାତ୍ର ମ୍ୟାଚ ଅଷ୍ଟ୍ରେଲିଆର ଆଡେଲେଡ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇଥିଲା ମ୍ୟାଚ। 3 ୱିକେଟରେ ବିଜୟ ମୁକୁଟ ପିନ୍ଧିଥିଲା ଅଷ୍ଟ୍ରେଲିଆ । ହେଲେ ଆଜି ବାଂଲାଦେଶ-ଭାରତର ଇଡେନ ଗାର୍ଡେନରେ ମ୍ୟାଚ ଦେଖିବା ସାରା ଦେଶ।

ଡିଜାଇନ ଫଟୋ

ପ୍ରଥମ ଦିନରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କୋଲକାତା ଗସ୍ତ କରିଛନ୍ତି । ସେ ସ୍ବତନ୍ତ୍ର ବିମାନ ବାଂଲାଦେଶ ଏୟାରଲାଇନ୍ସ ପ୍ରଧାନମନ୍ତ୍ରୀଙ୍କୁ ନେଇ ହଜରତ ଶାହଜଲଲ ବିମାନବନ୍ଦରରେ ଦିନ 10ଟା ସମୟରେ ପହଞ୍ଚିଛିବା ପରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରେ ଦିନ 10.25ରେ ପହଞ୍ଚିଛି । ବିମାନ ବନ୍ଦରରୁ ସେ ସିଧାସଳଖ ହୋଟେଲ ତାଜ ବେଙ୍ଗଲରେ ପହଞ୍ଚିବେ ।ଏହାସହ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଇଡେନ ଗାର୍ଡେନରେ ପହଞ୍ଚିବେ।

ABOUT THE AUTHOR

...view details