ମୁମ୍ବାଇ: କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶରେ ଲାଗୁ ହୋଇଛି 21ଦିନ ଲକଡାଉନ । ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା 21ଦିନ ଲକଡାଉନ ଏପ୍ରିଲ 14ରେ ଶେଷ ହେଉଛି । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି କ୍ରିକେଟର ଅଜିଙ୍କ୍ୟ ରାହାଣେ ।
ଏନେଇ ରାହାଣେ ଏକ ଟ୍ବିଟ କରିଛନ୍ତି । ଅଧିକ କୋରୋନା ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତିକୁ ସମର୍ଥନ କରିବହା ଉଚିଚ ବୋଲି ଟ୍ବିଟରେ ଲେଖିଛନ୍ତି ରାହାଣେ ।